ଓଡ଼ିଆ ନ୍ୟୁଜ୍: ମେ’ ପହିଲାରୁ କମିଲା ଏଲ୍ପିଜି ସିଲିଣ୍ଡର ଦର। ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି। ଯଦିଓ ଘରୋଇ ବ୍ୟବହାର ପାଇଁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ, କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡର ଏବେ ପୂର୍ବ ଅପେକ୍ଷା ଶସ୍ତାରେ ଉପଲବ୍ଧ ହେବ।
ନୂତନ ଅପଡେଟ ଅନୁସାରେ, ଦିଲ୍ଲୀରେ ଏବେ ଗ୍ରାହକମାନଙ୍କୁ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ପାଇଁ ୧୭୪୭.୫୦ ଟଙ୍କା ଦେବାକୁ ପଡିବ। ଏପ୍ରିଲରେ ସମାନ ସିଲିଣ୍ଡର ୧୭୬୨ ଟଙ୍କାରେ ଉପଲବ୍ଧ ଥିଲା, ଯେତେବେଳେ କି ମାର୍ଚ୍ଚରେ ଏହାର ମୂଲ୍ୟ ୧୮୦୩ ଟଙ୍କା ଥିଲା। ଏହାର ଅର୍ଥ ହେଉଛି ଗତ ଗୋଟିଏ ମାସରେ ୧୪.୫ ଟଙ୍କା ଏବଂ ଦୁଇ ମାସରେ ମୋଟ ୫୫.୫ ଟଙ୍କା ହ୍ରାସ ପାଇଛି। ଏହି ହ୍ରାସ ବିଶେଷକରି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାଣିଜି୍ୟକ ବ୍ୟବହାରକାରୀଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର।