ଓଡ଼ିଆ ନ୍ୟୁଜ୍: ସରିଲା ମା’ ମଝିଘରିଆଣୀ ଦେବୀଙ୍କ ଦାନ ହୁଣ୍ଡି ଗଣତି। ହୁଣ୍ଡିରୁ ମିଳିଲା ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା।୨୧୫୦ ଗ୍ରାମ ରୁପା ଓ ୩୦ ଗ୍ରାମ ସୁନା ହୁଣ୍ଡିରୁ ବାହାରିଲା।ହୁଣ୍ଡିରୁ ୨୩ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିବା ସୂଚନା। ଆଜି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ମନ୍ଦିରର ୯ଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ଗଣତିରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ମନ୍ଦିର କର୍ମଚାରୀଙ୍କ ସମେତ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ମଚାରୀ ନିୟୋଜିତ ଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦାନ ହୁଣ୍ଡିର ଅର୍ଥ ଗଣତି କରାଯାଇଥିଲା।
ଏହା ପୂର୍ବରୁ ୨୦୨୫ ଜୁଲାଇ ୭ ତାରିଖରେ ହୁଣ୍ଡି ଖୋଲାଯାଇଥିଲା। ସେତେବେଳେ ହୁଣ୍ଡିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୁପା ସଂଗ୍ରହ ହୋଇଥିଲା। ଏହା ସହ ୧୨ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା।