ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା, ରକ୍ତ ରଂଜିତ ହେଲା ପୀଠ

0

ଓଡ଼ିଆ ନ୍ୟୁଜ୍: ସରିଲା ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା।କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ସମ୍ପନ୍ନ। ଗୁପ୍ତ ରୀତିନୀତିରେ ହେଲା ମା’ଙ୍କ ପୂଜାର୍ଚ୍ଚନା। ରକ୍ତ ରଞ୍ଜିତ ହେଲା ଭବାନୀପାଟଣା। ଅହୋରାତ୍ର ମା’ଙ୍କ ପୂଜାର୍ଚ୍ଚନା ସହ ବଳି ପକାଯାଇଛି। ଭୋର୍ ୪ଟା ୪୦ରେ ମା’ଙ୍କ ବିଜୟ ଛତରଯାତ୍ରା ଜେନାଖାଲରୁ ବାହାରି ମୁଖ୍ୟ ରାସ୍ତାରେ ଢୋଲ ନିଶାନର ତାଳେତାଳେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଝୁମିଝୁମି ଆସୁଛନ୍ତି। ମାନସିକଧାରୀମାନେ ରସ୍ତାର ଦୁଇ ପାର୍ଶ୍ୱରେ କୁକୁଡ଼ା ବୋଦା ବଳି ଦେଉଛନ୍ତି।

ଦିନ ତମାମ ସହର ପରିକ୍ରମା ପରେ ମା’ଙ୍କ ଛତର ମନ୍ଦିରରେ ପହଞ୍ଚିବ। ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ବ୍ୟାପକ ପରିମାଣରେ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଡ୍ରୋନ କ୍ୟାମେରା ଦ୍ବାରା ସମସ୍ତ ଗତିବିଧିକୁ ରେକର୍ଡ କରାଯିବ । ପୁଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ଭିଡିଓ ସୁଟିଂ ବ୍ୟବସ୍ଥା ହୋଇଛି। ଛତର ପଛରେ ଗୋଟିଏ ଆମ୍ବୁଲାନ୍ସ, ଘୋଡ଼ାଘାଟ ଛକ ଓ ମାଣିକେଶ୍ବରୀ ମନ୍ଦିର ସମେତ ଅନ୍ୟ ସ୍ଥାନରେ ଆମ୍ବୁଲାନ୍ସ ନିୟୋଜିତ ହୋଇଛି ।

Leave A Reply

Your email address will not be published.