ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଦନପୁର ପଞ୍ଚାୟତ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ | ଘସିପୁରା ବ୍ଲକ ଅନ୍ତର୍ଗତ ମଦନପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଗାଡି ଟି ପଞ୍ଚାୟତ ପରିସରରେ ପହଞ୍ଚିବା ପରେ ଉପସ୍ଥିତ ମହିଳାମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ସଚେତନତା ସଂକଳ୍ପ ଯାତ୍ରା ରଥ ରେ ଲାଗିଥିବା ଏଲଇଡି ମାଧ୍ୟମରେ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଭିଡିଓ ପ୍ରଦର୍ଶିତ କରାଯାଇଥିଲା।
ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାରଣା , ଗ୍ରାମ ରୋଜଗାର ସେବକ ଆଶ୍ରିବାଦ ଚକ୍ର କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପୁଥିରାଜ କୁଅଁର ଯୋଗ ଦେଇଥିଲେ ।