ସାଲେପୁର(ଓଡ଼ିଆ ନ୍ୟୁଜ୍) : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ତଦନ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ସାଲେପୁର ଜେଏମଏଫସି । ତଦନ୍ତ କାହିଁକି ବିଳମ୍ବ ହେଉଛି ସେନେେଇ ତଦନ୍ତକାରୀ ଅଫିସରଙ୍କୁ କୋର୍ଟଙ୍କ ନୋଟିସ ପଠାଇଛନ୍ତି। ତଦନ୍ତ କାହିଁକି ବିଳମ୍ବ ହେଉଛି ଏନେଇ କୋର୍ଟଙ୍କୁ ଏହି ଘଟଣାର ଅଭିଯୋଗକାରୀ ରମାକାନ୍ତ ବରାଳ ଲିଖିତ ଭାବେ ଜଣାଇବା ପରେ ପରେ କୋର୍ଟ ଏପରି ନିଷ୍ପତ୍ତି ଜଣାଇଛନ୍ତି ।ଏହା ସହ ଚଳିତ ମାସ ୨୦ତାରିଖ ସୁଧା ତଦନ୍ତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଏବେ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ଏବେ କେଉଁ ଅଫିସର ଏହି ତଦନ୍ତର ଭାର ନେଇଛନ୍ତି ତାହା ରିପୋର୍ଟ ଦାଖଲ ପରେ ଜଣାପଡିବ।