ସାମ୍ନାକୁ ଆସିଲା ମହିନ୍ଦ୍ରା ଇଲେକ୍ଟ୍ରିକ୍ କାର ଏସୟୁଭି ଏକ୍ସୟୁଭି ୪୦୦ର ପ୍ରଥମ ଝଲକ: ଦେଖନ୍ତୁ ଭିଡିଓ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହିନ୍ଦ୍ରା ଏବଂ ମହିନ୍ଦ୍ରାଙ୍କ ବୈଦ୍ୟୁତିକ ଏସୟୁଭି ଏକ୍ସୟୁଭି ୪୦୦ ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଗଣେଶ ଚତୁଃର୍ଥୀ ଶୁଭ ଅବସରରେ ଟ୍ୱିଟ୍ କରି ମହିନ୍ଦ୍ରାଙ୍କ ବୈଦ୍ୟୁତିକ ଏସୟୁଭି ଏକ୍ସୟୁଭି ୪୦୦ ର ପ୍ରଥମ ଝଲକ ଦେଇଛନ୍ତି। ମହିନ୍ଦ୍ରା ଏହି ବହୁ ପ୍ରତୀକ୍ଷିତ ବୈଦ୍ୟୁତିକ ଏସୟୁଭି ଏକ୍ସୟୁଭି୪୦୦ ୮ ସେପ୍ଟେମ୍ବର ୨୦୨୨ ରେ ଲଞ୍ଚ କରିବାକୁ ଯାଉଛି।

ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି କହିଛନ୍ତି ଯେ ଆଜି ବହୁତ ଶୁଭ ଦିନ, ତେଣୁ ଏହି ଅବସରରେ ଆମେ ଶୀଘ୍ର ଆପଣଙ୍କ ସାମ୍ନାକୁ ଆସିବାକୁ ଥିବା ପରଦାକୁ ଉଠାଇବାକୁ ଯାଉଛୁ। ଭିଡିଓରେ କୁହାଯାଇଛି ଯେ ମହିନ୍ଦ୍ରାଙ୍କ ବୈଦ୍ୟୁତିକ ଏସୟୁଭି ଏକ୍ସୟୁଭି ୪୦୦ ୮ ସେପ୍ଟେମ୍ବରରେ ଲଞ୍ଚ ହେବ।

Leave A Reply

Your email address will not be published.