ବ୍ରାଜିଲରେ ବଡ଼ ବିମାନ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ରାଜିଲର ସାଓ ପାଓଲୋରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୬୨ ଜଣ ଯାତ୍ରୀ ଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଏହି ବିମାନ ଆକାଶରୁ ତଳକୁ ଖସି ଆସୁଛି ଏବଂ ଧକ୍କା ହୋଇ ଜୋରଦାର ବିସ୍ଫୋରଣ କରୁଛି। ଏହି ଦୁର୍ଘଟଣାରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାରେ ମୋଟ ୬୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା।

ବ୍ରାଜିଲ୍‌ର ସାଓ ପଲୋରେ ଶୁକ୍ରବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।  ଜନବସତି ଅଂଚଳରେ ବିମାନଟି ଖସିବା ପରେ ଜଳିଯାଇଛି। ବିମାନରେ ମୋଟ୍‌ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ଦୁର୍ଘଟଣାରେ ସମସ୍ତ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ମୃତାହତଙ୍କ ସଂପର୍କରେ ସରକାରୀ ଭାବେ କୌଣସି ତଥ୍ୟ ଜାରି ହୋଇନାହିଁ। ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

‌ଭୋଏପାସ ଲିନହାସ ଏରିଜ୍‌ ଦ୍ବାରା ପରିଚାଳିତ ଏଟିଆର-୭୨ ବିମାନ ଆଜି ବ୍ରାଜିଲ୍‌ର କାସକାଭେଲ୍‌ରୁ ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାଉଥିବାବେଳେ ଭିନହେଡୋ ସହରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ତେବେ‌ କେଉଁ କାରଣ ପାଇଁ ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେଲା ତାହା ଜଣାପଡ଼ିନାହିଁ। ଫ୍ଲାଇଟ୍ ରାଡାର୨୪ର ତଥ୍ୟ ଅନୁଯାୟୀ, ୱାପ୍ପାସ୍ ବିମାନଟି କାସ୍କେୱେଲରୁ ବାହାରି ସାଓ ପାଓଲୋ ଅଭିମୁଖେ ଯାତ୍ରା କରୁଥିବା ବେଳେ ସ୍ଥାନୀୟ ସମୟ ଅପରାହ୍ନ ସାଢ଼େ ଗୋଟାଏ ପୂର୍ବରୁ ଏହାର ସିଗନାଲ୍ ଅଦୃଶ୍ୟ ହୋଇଯାଇଥିଲା। ବିମାନର ସାମ୍ପ୍ରତିକ ଅବସ୍ଥା ଏବଂ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Leave A Reply

Your email address will not be published.