୧୫ ହଜାର କୋଟିର ୬ ନୂଆ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାର ୪ କୋଟି ଟଙ୍କା ବ୍ୟୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଏ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି। ଏନେଇ ପ୍ରେସମିଟ୍‌ରେ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ତେବେ ୮ଟି ମଧ୍ୟରୁ ୬ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଉଦ୍ଦିଷ୍ଟ ରହିଛି ।

ଯାହାକି ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ବିକାଶର ମାଧ୍ୟମ ପାଲଟିବ । ଏହାସହ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସହ ଆଗକୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ମଧ୍ୟ ଯୋଡ଼ିବ ବୋଲି ରେଳମନ୍ତ୍ରୀ କହିଛନ୍ତି । ରେଳ, ସୂଚନା ଓ ପ୍ରସାରଣ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ୮ଟି ନୂତନ ରେଳ ପ୍ରକଳ୍ପ ନିର୍ମାଣ ବାବଦରେ ସମୁଦାୟ ୨୪, ୬୫୭ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଦ୍ୱାରା ଅନୁମୋଦିତ ରେଳ ପ୍ରକଳ୍ପରେ ଉତ୍ତର ଓଡ଼ିଶାର ୩ଟି ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୩ଟି ପ୍ରକଳ୍ପ ରହିଛି। ସମସ୍ତ ଛଅଟି ପ୍ରକଳ୍ପ ରାଜ୍ୟର ଆକାଂକ୍ଷା ଜିଲା ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିର୍ମାଣ କରାଯିବ।

ଓଡ଼ିଶା ପାଇଁ ୬ ରେଳ ପ୍ରକଳ୍ପ ମଧ୍ୟରେ ରହିଛି ଗୁଣପୁର-ଥିରୁବାଲି ୭୩ କିମି ନୂଆ ରେଳ ଲାଇନ, ଜୁନାଗଡ଼-ନବରଙ୍ଗପୁର ୧୧୬ କିମି ନୂଆ ରେଳ ଲାଇନ, ମାଲକାନଗିରି-ପାଣ୍ଡୁରଙ୍ଗପୁରମ ୧୭୩ କିମି ନୂଆ ରେଳ ଲାଇନ୍ ହେବ। ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ଏହା ବିକାଶର ମାଧ୍ୟମ ପାଲଟିବ । ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସହ ଆଗକୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଡ଼ିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହା ସହ “ୱେଷ୍ଟର୍ଣ୍ଣ ଓଡ଼ିଶା ଓ ସାଉଥ୍ ଓଡ଼ିଶା’ ମଧ୍ୟରେ ଏକ ପ୍ରକାରର ଯୋଗାଯୋଗ ହୋଇପାରିବ ।

Leave A Reply

Your email address will not be published.