ଖୁବଶୀଘ୍ର ବଜାରକୁ ଆସିବ ମ୍ୟାଲେିରଆ ଭ୍ୟାକ୍‌ସିନ, ସାଇରସ୍‌ ପୁନାଓ୍ବାଲାଙ୍କ ଘୋଷଣା

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଖୁବଶିଘ୍ର ବଜାରକୁ ଆସିବ ମ୍ୟାଲେରିଆ ଭ୍ୟାକ୍ସିନ । ଏନେଇ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ)ର ପରିଚାଳନା ନିର୍ଦ୍ଦେଶକ ସାଇରସ୍‌ ପୁନାଓ୍ବାଲା ଘୋଷଣା କରିଛନ୍ତି। ଏହି ଭ୍ୟାକ୍‌ସିନ୍‌ କେବଳ ଭାରତ ନୁହେଁ ବରଂ ଆଫ୍ରିକାର ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ମଧ୍ୟ ଉପଲବ୍ଧ ହେବ। କୋଭିଡ୍‌ ଭ୍ୟାକ୍‌ସିନ୍‌ ‘କୋଭିସିଲ୍ଡ’ର ସଫଳତା ପରେ ଏସ୍‌ଆଇଆଇ ଖୁବ୍‌ଶୀଘ୍ର ମ୍ୟାଲେରିଆ ଭ୍ୟାକସିନ୍‌ ଉବଲବ୍ଧ କରିବାକୁ ଯାଉଛି ବୋଲି ପୁନାଓ୍ବାଲା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,ଏବେ ଡେଙ୍ଗୁ ଟିକା ମଧ୍ୟ ସେରମ ଇନଷ୍ଟିଚ୍ୟୁଟ୍ ଆରମ୍ଭ କରିବ । ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆରମ୍ଭ ହେବ ବୋଲି କମ୍ପାନୀ ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ପୁନାୱାଲା କହିଛନ୍ତି, ଆଫ୍ରିକୀୟ ଦେଶ ଏବଂ ଭାରତରେ ଏହି ନୂତନ ଟିକା ବହୁତ ଆବଶ୍ୟକ। କାରଣ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ପୀଡିତ ଅଛନ୍ତି। ଗୋଟିଏ ବର୍ଷ ମଧ୍ୟରେ, ଆମେ ଡେଙ୍ଗୁ ପାଇଁ ଏକ ଟିକା ପ୍ରସ୍ତୁତ କରିବୁ। ସିରମ ଇନଷ୍ଟିଚ୍ୟୁଟ ଦୀର୍ଘ ଦିନ ଧରି ଡେଙ୍ଗୁ ଟିକା ଉପରେ କାର୍ୟ୍ୟ କରିଆସୁଥିଲା ଏବଂ ଏହା ସହ ଜଡିତ ଅନେକ ପରୀକ୍ଷା ମଧ୍ୟ ହୋଇସାରିଛି।

ବିକଶିତ ହେଉଥିବା ଟିକା ଡେଙ୍ଗୁର ଚାରୋଟି ଷ୍ଟ୍ରେନ ଉପରେ ପ୍ରଭାବଶାଳୀ ହେବ। ଏହି ରୋଗର ଚାରୋଟି ଷ୍ଟ୍ରେନ ଥିବାରୁ ଟିକା ବିକଶିତ କରିବାକୁ ଏତେ ସମୟ ଲାଗୁଛି। ଏହାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ନିରନ୍ତର କାର୍ୟ୍ୟ କରାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ୧୦ କୋଟିରୁ ଅଧିକ ଡେଙ୍ଗୁ ରୋଗ ହୁଏ ଏବଂ ଏଥିରେ ବହୁ ସଂଖ୍ୟକ ରୋଗୀ ଆଫ୍ରିକା ଏବଂ ଏସିଆର ଦେଶରୁ ଆସନ୍ତି।

Leave A Reply

Your email address will not be published.