ତୃଣମୂଳ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ: ନୂଆ ୨୦ ଜଣିଆ କାର୍ଯ୍ୟକାରିଣୀ ଗଠନ କଲେ ମମତା ବାନାର୍ଜୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ତୃଣମୂଳ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ। ମମତା ବାନାର୍ଜୀଙ୍କ କାଳୀଘାଟ ସ୍ଥିତ ବାସଭବନ ଠାରେ ଗତକାଲି ଅପରାହ୍ନ ପାଞ୍ଚଟା ସମୟରେ ଅନୁଷ୍ଠିତ  ହୋଇଥିଲା  ଜରୁରୀକାଳିନ ବୈଠକ। ଏହି ବୈଠକରେ  ୨୦ ଜଣିଆ  ନୂଆ କାର୍ଯ୍ୟକାରିଣୀ ଗଠନ କରିଛନ୍ତି ପାର୍ଟି ସୁପ୍ରିମୋ ମମତା ବାନାର୍ଜୀ। ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସଂପାଦକ ପଦରୁ ହଟାଇ ଦିଆଯାଇଛି।

ତେବେ ଦଳୀୟ ସଭାପତି ପଦରେ ରହିଛନ୍ତି ମମତା ବାନାର୍ଜୀ। ମମତାଙ୍କ କାଳିଘାଟ ସ୍ଥିତ ବାସଭବନରେ ଜରୁରୀ ବୈଠକ ପରେ ଏଭଳି ଘୋଷଣା କରାଯାଇଛି। ୨୦ ଜଣିଆ କାର୍ଯ୍ୟକାରିଣୀର ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି। ଗତ କିଛି ଦିନ ଧରି ଏକ ବ୍ୟକ୍ତି ଏକ ପଦ ନେଇ ମମତା ଓ ଅଭିଷେକଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା।

Leave A Reply

Your email address will not be published.