ଟ୍ବିନ ସିଟିରେ ରହିବେନି ନିଶାଡି: ନିଶାସକ୍ତ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇ ମୁଖ୍ୟ ସ୍ରୋତକୁ ଆଣିବ କମିଶନରେଟ ପୋଲିସ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଟ୍ବିନ ସିଟିରେ ନିଶା ଖାଉଥିବା ବ୍ୟକ୍ତିଙ୍କୁ ବାଟକୁ ଆଣିବ କମିଶନରେଟ ପୋଲିସ। ଏଥିପାଇଁ ଆରମ୍ଭ କରିଛି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯାହାର ନାଁ ଡିମ୍ସ। ବିଶେଷ କରି  ନିଶାସକ୍ତ ଯୁବକମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ମୁଖ୍ୟ ସ୍ରୋତକୁ ଅଣାଯିବ।

 ଆଜି ପ୍ରଥମ ଥର ଲାଗି ଗାଡକଣ ବସ୍ତିରେ ଲୋକଙ୍କୁ ସଚେତନ କରାଯାଇଛି।ଭୁବନେଶ୍ଵର ପୋଲିସ୍ କମିଶନରେଟ୍‌ର ତତ୍ତ୍ଵାବଧାନରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ।  ଓଡ଼ିଶାର ଅଗ୍ରଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଜୁକେଶନ ଏଣ୍ଡ କେୟାର (ଆଇ.ଆଇ.ଇ.ସି) ମୁଖ୍ୟ ସଂଯୋଜକ ସଂସ୍ଥା ଭାବେ ଏହି ସାମାଜିକ ବ୍ୟାଧିକୁ ପ୍ରତିହତ କରିବା ପାଇଁ ଆଗେଇ ଆସିଛନ୍ତି । ‘ଡ୍ରିମସ୍” ମିଶନ ପ୍ରଥମ ପର୍ଯ୍ୟାୟରେ ଏହିଭଳି କିଛି ପଥଭ୍ରଷ୍ଟ ସୁବଳମାନଙ୍କୁ ସୁଧାରିବା ପାଇଁ ଏବଂ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ନିଜର ସ୍ୱାଭିମାନକୁ ପୁନଃ ପ୍ରତିଷ୍ଠା କରିବା ପାଇଁ ଅଣ୍ଟା ଭିଡ଼ିଛି  । ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବସ୍ତିଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

Leave A Reply

Your email address will not be published.