ପଠାଇଲେ ବ୍ଲାଙ୍କ୍ ମେସଜେ, ଖୋଲୁ ଖୋଲୁ ବ୍ୟାଙ୍କ ଆକାଉଣ୍ଟରୁ ଉଡିଗଲା ୧ ଲକ୍ଷ ୧୫ ହଜାର ଟଙ୍କା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ସାଇବର ଠକଙ୍କ ବଦଳୁଛି ଲୁଟର  ତରିକା। ଟିକିଏ ସାବଧାନ ନହେଲେ ଚାଲିଯିବ ସଞ୍ଚିତ କଷ୍ଟ ଉପର୍ଜିତ ଟଙ୍କା । ବିଶେଷ କରି ପ୍ରେମ ସପ୍ତାହ ରେ ପ୍ରେମୀ ଯୁଗଳଙ୍କୁ କରୁଛନ୍ତି ଟାର୍ଗେଟ। ରାଜଧାନୀର ଦୀପକ ଦାସ ନାମକ ଜଣେ ଯୁବକ ଏଭଳି ଠକେଇର ଶୀକାର ହୋଇଛନ୍ତି। ଦିପକ ଯେଉଁ ଲୁଟେରାଙ୍କ ଲୁଟ ତାରିକା କହିଛନ୍ତି ତାହା ଶୁଣିଲେ ଆପଣ ବି ତାଜୁବ ହୋଇଯିବେ।

ଦୀପକଙ୍କ କହିବା କଥା ହେଲା  ହଠାତ ଗୋଟିଏ ବ୍ଲାଙ୍କ ମେସେଜ ଆସିଲା । ମେସେଜ ଇନବକ୍ସ ଖୋଲୁ ଖୋଲୁ ଆଉ ଏକ ମେସେଜ ଆସିଲା ଆପଣଙ୍କ ଆକାଉଣ୍ଟରୁ ୮୫ ଲକ୍ଷ ଟଙ୍କା କଟି ଯାଇଛି। କିଛି ସେକେଣ୍ଡ ପରେ ମେସେଜ ବି ଗାଏବ ହୋଇଗଲା। ଆଉ ଆକାଉଣ୍ଟରୁ ପୁଣି ଥରେ ୨୫ ହଜାର ଟଙ୍କା କଟିଗଲା। ଏନେଇ ସେ ସାଇବର ଥାନା ରେ ଅଭିଯୋଗ କରିବା ପରେ ୮୫ ହଜାର ଟଙ୍କା ଫେରି ପାଇଛନ୍ତି। ବ୍ଲାଙ୍କ ମେସେଜରେ ନୂଆ ତରିକାରେ ଠକେଇ ହେଉଥିବା ବେଳେ ବାରମ୍ବର ମୋବାଇଲ ନମ୍ବର ବଦଳାଇ ମେସେଜ ବ୍ଲକ କରୁଛନ୍ତି ସାଇବର ଅପରାଧୀ। ଏଥିପାଇଁ ଲୋକମାନେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସାଇବରଥାନା ଅଧିକାରୀ।

ସେପଟେ ଭାଲେଣ୍ଟାଇନ ସପ୍ତାହରେ ଅଧିକ ଆକ୍ଟିଭ ହୋଇଛନ୍ତି ସାଇବର ଠକ । ଗୋଟିଏ ଲିଙ୍କରେ କ୍ଲିକ କଲେ ଚକୋଲେଟ ,ଗିଫ୍ଟ ମିଳିବା ଭଳି ଲୋଭନୀୟ ଅଫର ଦେଉଛନ୍ତି। ଉଭୟ ଫେସବୁକ  ଓ ହ୍ବାଟସଆପରେ ଏଭଳି ମେସେଜ ଆସୁଛି। ଏହାକୁ କ୍ଲିକ କରୁ କରୁ ଲୁଟେରାଙ୍କ ଷଡଯନ୍ତ୍ରର ଶିକାର ହେଉଛନ୍ତି ଲୋକେ।ତେଣୁ  ଏଥିପ୍ରତି ସଜାଗ ହେବା ପାଇଁ ସାଇବର ଏକ୍ସପର୍ଟ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.