ମାନସ ସ୍ବାଇଁ ହତ୍ୟା ମାମଲାରେ ପୁଣି ୩ ଦିନିଆ ରିମାଣ୍ଡରେ ଯିବେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ

0

ନୟାଗଡ଼ର ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଉ ୩ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠାଙ୍କ ସହ ସହଯୋଗୀ ଝୁନାଙ୍କୁ ମଧ୍ୟ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ଜେଏମଏଫସି କୋର୍ଟ ଉଭୟଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିବା ସୂଚନା ରହିଛି। ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲା। ତେବେ ମାନସ ହତ୍ୟାକାଣ୍ଡର ଅନ୍ୟ ସହଯୋଗୀ ରଂଜନ ଓ ନିରଞ୍ଜନ କୋର୍ଟରେ ହାଜର ହେବା ପରେ ଜେଲ ପଠାଇ ଦିଆଯାଇଛି। ଆଜି ୪ ଜଣ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଭଦ୍ରକ ଜିଲ୍ଲା ଚାନ୍ଦାବାଲିସ୍ଥିତ ଜେଏମ୍‌ଏଫସିରେ ହାଜର କରାଇଥିଲା।

  • ତେବେ ଗତକାଲି ଶର୍ମିଷ୍ଠା ଓ ତାଙ୍କର ସହଯୋଗୀଙ୍କୁ ନିଆଯାଇଥିବା ରିମାଣ୍ଡ ଅବଧି ଶେଷ ହୋଇଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ୪ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗଲା ୨୯ ତାରିଖରୁ ରିମାଣ୍ଡରେ ଆଣି ପଚରାଉଚରା କରୁଥିଲା। ରିମାଣ୍ଡରେ ଆଣି କ୍ରାଇମବ୍ରଞ୍ଚ ଅନେକ ଦିଗକୁ ନେଇ ପଚରାଉଚରା କରିବ । ଯାଞ୍ଚ ବେଳେ ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ନିରଞ୍ଜନଙ୍କ ଡାଏରୀକୁ ନେଇ ତଦନ୍ତ କରାଯିବ । ଗତକାଲି ରିମାଣ୍ଡର ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଂଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଥିଲା । ଏହି ଡାଏରିରେ ନିରଞ୍ଜନର ବ୍ୟକ୍ତିଗତ ତଥ୍ୟ ରହିଥିବା କୁହାଯାଉଛି। କ୍ରାଇମବ୍ରାଞ୍ଚ ହାତରେ କିଛି ସୁରାଗ୍ ମିଳିଥିବା କୁହାଯାଉଛି । ଯାହାର ତଦନ୍ତ ପାଇଁ ପୁଣି ଥରେ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.