ରାଜ୍ୟ ସଭାପତିଙ୍କୁ ଭେଟିଲେ ଅନୁଗୁଳ ଏବଂ ପାରାଦୀପର ନବନିର୍ବାଚିତ କାଉନସିଲର, ଲୋକଙ୍କ ଆସ୍ଥାକୁ ସମ୍ମାନ ଜଣାଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ରାଜ୍ୟ ସଭାପତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଅନୁଗୁଳ ଏବଂ ପାରାଦୀପ ମ୍ୟୁନିସିପାଲିଟି ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ବିଜେପି କାଉନସିଲରମାନେ ଆଜି ରାଜ୍ୟ କାର୍ଯ୍ୟାଳୟକୁ ଆସି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଭେଟିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଅନୁଗୁଳ ମ୍ୟୁନିସିପାଲିଟିର ୧୩ ଜଣ ନବନିର୍ବାଚିତ କାଉନସିଲର ଅନୁପମା ସାହୁ, ନିରଞ୍ଜନ କର, କୈଳାଶ ଚନ୍ଦ୍ର ପ୍ରଧାନ, ସରିତା ମିଶ୍ର, ମନୋଜ ନାୟକ, ସ୍ନେହଲତା ମହାରଣା, ସୁଜାତା ପଲାର, ସୁଲୋଚନା ଦ୍ୱିବେଦୀ, ବିନତୀ ନାୟକ, ସଂଯୁକ୍ତା ନନ୍ଦ, ରେଣୁକା ଦେଇ, ଶକୁନ୍ତଳା ଦାଶ, ପ୍ରଜ୍ଞା ଦାସ ଏବଂ ପାରାଦୀପ ମ୍ୟୁନିସିପାଲିଟିର ୩ ଜଣ ନବନିର୍ବାଚିତ କାଉନସିଲର ସୁବ୍ରତ ପ୍ରଧାନ, ପ୍ରତାପ ନାୟକ ଓ ରୁନି ପରିଡାଙ୍କୁ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିଥିଲେ । ଲୋକଙ୍କ ଆସ୍ଥାକୁ ସମ୍ମାନ ଜଣାଇ ସ୍ଥାନୀୟବାସିନ୍ଦାଙ୍କ ମୈାଳିକ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବରିଷ୍ଠ ନେତା ସୁଦର୍ଶନ ନାୟକ,  ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଡ.ବିଭୁ ପ୍ରସାଦ ତରାଇ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂପଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.