ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ RI । କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଭିଜିଲାନ୍ସ ପକ୍ଷରୁ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି।
ଖବର ଅନୁଯାୟୀ, ଟାଙ୍ଗୀ-ଚୌଦ୍ୱାରା ରାଜସ୍ୱ ନୀରିକ୍ଷଣ ରାଜାରାମ ବିନ୍ଦ୍ରା ଏକ ପତିତ ଜମିକୁ ଘରବାରୀ କରିବାକୁ ଲାଞ୍ଚ ନେଉଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ଦାବି ମୁତାବିକ ୩୦ ହଜାର ଟଙ୍କାର ଲାଞ୍ଚ ନେଉଥିଲେ । ଠିକ୍ ଏହି ସମୟରେ ପୂର୍ବ ସୂଚନା ଆଧାରରେ ଚଢାଉ କରିଥିଲେ ଭିଜିଲାନ୍ସ । ଆଉ ଟଙ୍କା ନେବା ସମୟରେ ଆରଆଇଙ୍କ ଧରିଥିଲା । ଏହାସହ ଲାଞ୍ଚ ଟଙ୍କାକୁ ମଧ୍ୟ ଜବତ କରିଥିଲା ।