ଓଡ଼ିଆ ନ୍ୟୁଜ୍: ବିଜେପି ରାଜ୍ୟରେ କାର୍ଯ୍ୟାଳୟରେ ପାଳିତ ହୋଇଛି ସ୍ଵାଧୀନତା ଦିବସ । ନେତା, କର୍ମକର୍ତ୍ତାଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଏହି ଅବସରରେ ମନମୋହନ ସାମଲ କହିଛନ୍ତି, ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଯୋଗଦାନ ଅତୁଳନୀୟ ଥିଲା।
ଆଜି ସଂକଳ୍ପ ନେବାର ଦିନ। ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ ପ୍ରଚେଷ୍ଟା କରିବାକୁ ପଡ଼ିବ। ଜଳସମ୍ପଦ, ଖଣିଜ, ପର୍ଯ୍ୟଟନ କ୍ଷେତ୍ର, ସୁଦୀର୍ଘ ବେଳାଭୂମି ଉପଯୋଗ କରିବା। ତେଣୁ ସମସ୍ତଙ୍କୁ ଟିମ୍ ସ୍ପିରିଟ ସହ ସାମୁହିକ ନେତୃତ୍ବ ଏବଂ ସାମୁହିକ ଉତ୍ତର ଦାୟିତ୍ଵ ନେଇ କାମ କରିବାକୁ ଆହ୍ଵାନ କଲେ ମନମୋହନ। ଏହାସହ ଓଡ଼ିଶାକୁ ବଡ଼ ପୁଞ୍ଜିନିବେଶ ଆସିଛି। କୃଷକଙ୍କ ରୋଜଗାର ବଢ଼ାଇବା ପାଇଁ।
କୋଟିଆ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି କହିଛନ୍ତି, କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାର ବ୍ୟାପକ ଯୋଜନା କରିଛନ୍ତି। ରଥଯାତ୍ରା ସମୟରେ ସ୍ଥାନୀୟ ଅଞ୍ଚଳର ୯୦ଭାଗ ଲୋକ ଯୋଗ ଦେଇଥିଲେ। ସୁଭଦ୍ରା ଯୋଜନାରେ ପାଖାପାଖି ୨ ହଜାର ମହିଳା ସାମିଲ ହୋଇଛନ୍ତି। କୋଟିଆବାସୀ ସରକାରଙ୍କ ସବୁ ଯୋଜନାରେ ସାମିଲ ହେବା ସହ ଓଡ଼ିଶା ସହ ଥିବା ନେଇ ବାର୍ତ୍ତା ଦେଉଛନ୍ତି।