ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଭାରତୀୟ ସମାଜରେ ବିବାହ ଏକ ବନ୍ଧନ ନୁହେଁ ବରଂ ଏକ ସୁମଧୁର ସମ୍ପର୍କର ଆଧାରଶୀଳତା । ବିବାହିତ ଜୀବନକୁ ଦାମ୍ପତ୍ୟ ଜୀବନ କୁହାଯାଏ । ଦାମ୍ପତ୍ୟ ଜୀବନ ଯେତେ ସୁଖମୟ ହେବ ପରିବାର ସେତେ ସମୃଦ୍ଧ ହେବ ।
ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଯେ କେତେବେଳେ ମତାନ୍ତର ନ ଘଟିବ ତାର କିଛି ମାନେ ନାହିଁ । ଦାମ୍ପତ୍ୟ ଜୀବନରେ ରାଗ, ଋଷା, ମାନ ,ଅଭିମାନ ରହିବା ସ୍ୱାଭାବିକ । ପାରସ୍ପରିକ ବୁଝାମଣାରେ ସବୁ ସମସ୍ୟାର ସମାଧାନ କରିହେବ ।
ଦୁଇଟି ଭିନ୍ନ ମଣିଷ ଏକାଠି ହେଲା ପରେ ଉତମ ବୁଝାମଣା ନ ରହିଲେ ସମସସ୍ୟା ଦେଖା ଦେଇଥାଏ । ସ୍ତ୍ରୀ ସ୍ୱାମୀକୁ ସହାନୁଭୂୂତି ଦେଖାଇବା ଓ ସ୍ୱାମୀ ସ୍ତ୍ରୀକୁ ପ୍ରତ୍ୟେକ କ୍ଷେତ୍ରରେ ସାହାର୍ଯ୍ୟ କରିବା ଆବଶ୍ୟକ । ସ୍ତ୍ରୀ ସ୍ୱାମୀ ଘରର ଚଳଣୀ ସହିତ ନିଜକୁ ଖାପଖୁଆଇ ଚଳିବା ଆବଶ୍ୟକ ।
ନୂତନ ଯୁଗ୍ମ ଜୀବନକୁ ଆପଣେଇବା ପାଇଁ ଉଭୟ ସହଯୋଗ କରିବା ଆବଶ୍ୟକ । କେହି କାହାକୁ ବାଧିଲା ଭଳି କଥା କହିବା ଉଚିତ୍ ନୁହେଁ । ନିଜ ମଧ୍ୟରେ ଭୂଲ ବୁଝାମଣାରେ ଆପୋଷ ସମାଧାନ କରିବା ଉଚିତ୍ । କେହି କାହାକୁ ଦୋଷ ନଦେଇ ବୁଝାମଣା କରିନେବା ଉଚିତ୍ ।