ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ମାଓନେତା ବାସବରାଜ୍ ମୃତ

0

ଓଡ଼ିଆ ନ୍ୟୁଜ୍:ଛତିଶଗଡ଼ ଅବୁଝମାଡ଼ରେ ନକ୍ସଲଙ୍କ ବିରୋଧରେ ଚଳାଯାଇଥିବା ଅପରେସନରେ ସୁରକ୍ଷା ବଳଙ୍କୁ ବଡ଼ ସଫଳତା ମିଳିଛି। ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୨୭ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ସବୁ ନକ୍ସଲପନ୍ଥୀଙ୍କ ଶବ ସୁରକ୍ଷା କର୍ମୀ ଜବତ କରିଛନ୍ତି। ମୃତକଙ୍କ ମଧ୍ୟରେ ୫ କୋଟି ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ଲିଡର ବସବ ରାଜୁ ମଧ୍ୟ ରହିଛି।

ବସବ ରାଜୁ ଉପରେ ୫ ରାଜ୍ୟ ଝାଡଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ ସରକାରମାନେ କୋଟିଏ ଟଙ୍କା ଲେଖାଏଁ ୫ କୋଟି ଟଙ୍କା ପୁରସ୍କାର ରଖିଥିଲେ। ତାକୁ ଜୀବତ ଅଥବା ମୃତ ଧରାଇଦେଲେ ଏହି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା।

ସୂଚନା ଅନୁସାରେ ବସବ ରାଜୁ ନକ୍ସଲ ସଙ୍ଗଠନର ଜେନେରାଲ ସେକ୍ରେଟାରୀ ଥିଲା ଓ ସେ ଅନେକ ନକ୍ସଲ କାଣ୍ଡକୁ ସଫଳ ମଧ୍ୟ କରିଥିଲା। ୨୦୧୦ ଦାନ୍ତେବାଡା ନକ୍ସଲ ଆକ୍ରମଣରେ ୭୫ଜଣ ସିଆରପିଏଫ ଜବାନ ଶହିଦ ହୋଇଥିଲେ। ଏଥିରେ ମଧ୍ୟ ବସବ ରାଜୁର ହାତ ଥିଲା।

Leave A Reply

Your email address will not be published.