ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେଡିର ମାରାଥନ ପ୍ରଚାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେଡିର ମାରାଥନ ପ୍ରଚାର | ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଜାଗାରେ ଷ୍ଟାର ପ୍ରଚାରକଙ୍କୁ ନେଇ ରୋଡ଼ ସୋ ସହିତ ସାଧାରଣ ସଭା | ବିଜେଡି ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ଲୋକସଭା ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର ସହିତ ସିନେ ତାରକା ପ୍ରଜ୍ଞାନ ଓଝା ଓ ଅଭିନେତ୍ରୀ ପୁନମ ରାଉତ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ |

ଜଳେଶ୍ୱର ନିର୍ବାଚନମଣ୍ଡଳୀର ଖୁଲୁଡ଼ା ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକସଭା ପ୍ରାର୍ଥୀନୀ ବିଜେଡି ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି | ବିଗତ ଦିନରେ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହାଠାରୁ ଅଧିକ କାମ କରିଛନ୍ତି ବୋଲି କହିବା ସହ ବିଭିନ୍ନ ଲୋକମୁଖୀ ଯୋଜନା ବିଷୟରେ ଆଲୋଚନା କରିଥିଲେ | ସନ୍ଧ୍ୟା ସମୟରେ ନିର୍ବାଚନ ମଣ୍ଡଳୀର ଏକତାଳି ଠାରୁ ପଶ୍ଚିମବାଡ ପର୍ଯ୍ୟନ୍ତ ରୋଡ଼ ସୋ କରାଯାଇଥିଲା |

ଶହ ଶହ ସଂଖ୍ୟାର ବାଇକ ଉକ୍ତ ରୋଡ଼ ସୋରେ ଭାଗ ନେଇଥିଲେ | ଜୁନ ୧ ତାରିଖରେ ଲୋକସଭା ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତେଇବାକୁ ନିବେଦନ କରିଛନ୍ତି |

Comments are closed.