ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ- ଯୋଗୀ ଆଦିତ୍ୟନାଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଣପୁରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର ।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଓଡ଼ିଶା ଗସ୍ତରେ ଆସି ବାଣପୁର ଜନସଭାକୁ ସମ୍ବୋଧିତ କରିଛନ୍ତି  । ଯୋଗୀ ଆଦିତ୍ୟନାଥ ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ସଭାରେ ପହଁଞ୍ଚୁ ପହଁଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ବିଶାଳ ଜନସଭାକୁ ସମ୍ବୋଧିତ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣି ଜମି ମାଫିଆ, ବାଲି ମାଫିଆ, ଜଙ୍ଗଲ ମାଫିଆଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଉତ୍ତରପ୍ରଦେଶର ବୁଲଡୋଜର ଶୈଳୀରେ କାମ କରିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କିଭଳି ପରିବର୍ତ୍ତନ ଆସୁଛି ତାହା ଦେଶବାସୀ ଦେଖୁଛନ୍ତି । ଓଡ଼ିଶାରେ ନବୀନ ସରକାର ବାବୁ ମାନଙ୍କ କବଜାରେ ରହିଛି । ବିଜେଡି ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି । ବିଜେଡି ତୁଷ୍ଟୀକରଣର ରାଜନୀତି କରୁଛି କହିଲେ ଯୋଗୀ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଉଛି ।

କଂଗ୍ରେସ, ଟିଏମ୍‌ସି, ବିଜେଡିର ଜନବିରୋଧୀ ନୀତି ଯେଉଁଠି ଚାଲେ ସେଠିକାର ଲୋକ କେବଳ ଭ୍ରଷ୍ଟାଚାର ପଥରେ ଯାଆନ୍ତି  । ଜନ ପ୍ରତିନିଧିମାନଙ୍କ ଦ୍ୱାରା ହିଁ ଶାସନ ଚାଲିବା ଦରକାର । ଓଡ଼ିଶାରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅପମାନ କଲା ଭଳି କାମ ଚାଲିଛି । ଯାହା  ଆଦୌ ଗ୍ରହଣୀୟ ନୁହେଁ । ମୋଦୀଙ୍କ ନେତୃତ୍ୱରେ ଦେଶରେ ବିକାଶ ପର୍ବ ଆରମ୍ଭ ହୋଇଛି । ବିକାଶମୂଳକ କାମର ହିସାବ ଦେଇ ଡବଲ ଇଞ୍ଜିନ ସରକାର ପାଇଁ ଯୋଗୀ ଆଦିତ୍ୟନାଥ ଆହ୍ୱାନ ଦେଇଛନ୍ତି। ମୋଦୀ ଦେଶର ୬୦ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଯୋଗାଇଛନ୍ତି । ଭାରତରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି।

Leave A Reply

Your email address will not be published.