ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ତା’ସହ ସମ୍ଭାବ୍ୟ ବାତ୍ୟାର ଗତିପଥ ଜାରି କରାଯାଇଛି। ୨୬ ତାରିଖ ସନ୍ଧ୍ୟା ମଧ୍ୟରେ ଏହା ଏକ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଶ୍ବସ୍ତିକର ବିଷୟ ଯେ, ଓଡ଼ିଶା ଉପରେ ଏହି ବାତ୍ୟାର ଏତେଟା ପ୍ରଭାବ ରହିବନି । କେବଳ ଏହାର ପ୍ରଭାବରେ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ୨୬ରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା । ୨୬ ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ । ସାଗର ଦ୍ବୀପ ଓ ଖେପୁପାରା ମଧ୍ୟରେ ଲ୍ୟାଣ୍ଡଫଲ । ଭୀଷଣ ବାତ୍ୟାରେ ପରିଣତ ହୋଇ ଲ୍ୟାଣ୍ଡଫଲ୍ କରିବ । ଓଡ଼ିଶା ଉପରେ ନାହିଁ ବାତ୍ୟାର ସିଧାସଳଖ ପ୍ରଭାବ । ପାଣିପାଗ ବିଭାଗ ଅନୁଯାୟୀ, ଓଡ଼ିଶାକୁ ସିଧାସଖଳ ବାତ୍ୟାର ପ୍ରଭାବ ପଡିବ ନାହିଁ ।

୨୬ରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୭ରେ ମଧ୍ୟ ଉତ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ସୂଚନାଯୋଗ୍ୟ ମେ’୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି । କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ସେନେଇ କୁହାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.