ମାର୍କେଟ ବିଲ୍ଡିଂ ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ: ୯ ଦିନରେ ବି ଦୋକାନରେ ତାଲା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଜଧାନୀ ଭୁବନେଶ୍ବର ମାର୍କେଟ ବିଲ୍ଡିଂ ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ। ବାଂଲାଦେଶୀ ଫେରିବାଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂଖ୍ୟା। ବାଂଲାଦେଶରୁ ଆସି ଏହି ବ୍ୟବସାୟୀମାନେ ବିନା ପଞ୍ଜୀକରଣରେ ବେପାର ପସରା ମେଳାଉଛନ୍ତି। ଫଳରେ ପଞ୍ଜିକୃତ ଉଠାଦୋକାନୀମାନେ ଶୋଷଣର ଶିକାର ହେଉଛନ୍ତି। ସ୍ମାର୍ଟସିଟି ଭୁବନେଶ୍ବରର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ମାର୍କେଟ ବିଲ୍ଡିଂ ମଙ୍ଗଳବାର ଦିନ ୯ମ ଦିନରେ ବି ବନ୍ଦ ରହିଛି। ସ୍ଥାୟୀ-ଉଠାଦୋକାନୀ ବିବାଦ ଶେଷ ହେଉନଥିବା ବେଳେ ବ୍ୟବସାୟ ବନ୍ଦ ପଡ଼ିଛି। ସପ୍ତାହେ ମଧ୍ୟରୁ ପ୍ରାୟ ୧୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର କିଣାବିକା ପ୍ରଭାବିତ ହୋଇଥିବା ବେଳେ ଗ୍ରାହକମାନେ ମଧ୍ୟ ମାର୍କେଟ ବିଲ୍ଡିଂକୁ ଆସି ଖାଲି ହାତରେ ଫେରୁଛନ୍ତି। ଦୁଇ ଗୋଷ୍ଠୀର ବିବାଦ ମଧ୍ୟରେ ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି।

ଉଠାଦୋକାନୀ ଆଳରେ ବାଲାଂଦେଶୀ, ମିଆଁମାର ଅନୁପ୍ରବେଶକାରୀମାନେ ଏଠାରେ କାୟା ବିସ୍ତାର କରୁଥିବା ଅଭିଯୋଗ ହୋଇଛି। ବିଏମସି ଦ୍ଵାରା କେବଳ ୭୨ଜଣ ଉଠାଦୋକାନୀ ପଞ୍ଜିକୃତ ହୋଇଥିବା କୁହାଯାଉଥିବା ବେଳେ ମାର୍କେଟ ବିଲ୍ଡିଂରେ କିନ୍ତୁ ୨୦୦ରୁ ଊର୍ଦ୍ଧ୍ବ ଉଠାଦୋକାନୀ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି। ବିଏମସି ରାଜସ୍ବ ଆଦାୟ ନାଁରେ ବାଂଲାଦେଶୀ, ମିଆଁମାର ଅନୁପ୍ରବେଶକାରୀଙ୍କୁ ପ୍ରଶୟ ଦେଉଥିବା ଅଭିଯୋଗ ଆସୁଛି।

Leave A Reply

Your email address will not be published.