ଓଡ଼ିଆ ନ୍ୟୁଜ୍: ବାଲେଶ୍ୱର ସିନେମା ଛକରେ ଥିବା କସମେଟିକ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ଭୟାଭୟ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ । ଦୋକାନରେ ପ୍ଳାଷ୍ଟିକ ସାମଗ୍ରୀ ଥିବାରୁ ଲିଭିନି ନିଆଁ । ନିଆଁ ଲିଭା କାର୍ୟ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ।
ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିନେମା ଛକ ସ୍ଥିତ ବନଜା ବେଙ୍ଗଲ ଷ୍ଟୋର ସହରର ପୁରାତନ କସମେଟିକ ଷ୍ଟୋର ଭାବେ ବେଶ ଜଣାଶୁଣା । ବୁଧବାର ଏହି ଦୋକାନରେ ହଠାତ୍ ନିଆଁ ଲାଗି ଯାଇଥିଲା।