ବଦଳିବ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ନାଁ: କୃଷ୍ଣଚନ୍ଦ୍ର ମହାପାତ୍ର

0

ଓଡ଼ିଆ ନ୍ୟୁଜ୍: ବଦଳିବ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ନାଁ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ। ମାଷ୍ଟରକ୍ୟାଣ୍ଟିନ୍‌ ସହିତ ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ମଧ୍ୟ ନାମ ପରିବର୍ତ୍ତନ କରାଯିବ।

ଏନେଇ ଉପରସ୍ତରରେ ବିଚାର ବିମର୍ଶ ଚାଲିଥିବା କହିଛନ୍ତି ମନ୍ତ୍ରୀ।ତେବେ ନାଁ ପରିବର୍ତ୍ତନ ହେଲେ ଓଡ଼ିଶାର ବରପୁତ୍ରଙ୍କ ନାଁରେ ଏହାକୁ ନାମିତ କରାଯାଇପାରେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ।

Leave A Reply

Your email address will not be published.