ଓଡ଼ିଆ ନ୍ୟୁଜ୍: ମାଟ୍ରିକ ଫର୍ମ ଫିଲଅପ୍ ଅବଧି ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ପରିଷଦ (BSE)।ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନେଇ ସୂଚନା ଜାରି।SOSC (ପ୍ରଥମ), ମଧ୍ୟମା ପାଇଁ ବି ୨୮ ପର୍ଯ୍ୟନ୍ତ ଫର୍ମ ଫିଲଅପ୍ କରିହେବ। ଫର୍ମ ପୂରଣ କରିବାର ଅବଧିକୁ ବୃଦ୍ଧି କରାଯାଇ ନଭେମ୍ବର ୨୮, ୨୦୨୫ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ପୂର୍ବରୁ, ନିୟମିତ ତଥା ଏକ୍ସ-ନିୟମିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଫର୍ମ ପୂରଣ ପ୍ରକ୍ରିୟା ନଭେମ୍ବର ୮ରୁ ନଭେମ୍ବର ୨୨, ୨୦୨୫ ପର୍ଯ୍ୟନ୍ତ ଚାଲିବାର ଥିଲା। ପରିଷଦ ସ୍ପଷ୍ଟ କରିଛି ଯେ ନଭେମ୍ବର ୨୮ ପରେ ଆଉ କୌଣସି ଅବଧି ବୃଦ୍ଧି କରାଯିବ ନାହିଁ।ଛାତ୍ରଛାତ୍ରୀମାନେ ଅଧିକ ସୂଚନା ପାଇଁ BSEର ଅଫିସିଆଲ୍ ୱେବସାଇଟ୍ bseodisha.ac.in ପରିଦର୍ଶନ କରିପାରିବେ।
୨୦୨୫ ମାଟ୍ରିକ୍ ପରୀକ୍ଷାରେ ମୋଟ ୫,୦୨,୪୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୪.୯୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ଏଥିରେ ୧୭,୩୮୪ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଥିଲେ। ସେହିପରି ୨୦୨୪ ରେ ଉତ୍ତୀର୍ଣ୍ଣ ହାର ୯୬.୨୭ ପ୍ରତିଶତ ଥିଲା। ଏହି ବର୍ଷ ମୋଟ ୫,୩୯,୧୫୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯,୭୦୧ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଥିଲେ।