ଜୁନ୍ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଜୁନ୍ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ଖାତା ଦେଖା ଶେଷ ହୋଇଛି, ରେଜଲ୍ଟ ନେଇ ପ୍ରକ୍ରିୟା ଚାଲିଥିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କହିରଖୁ କି, କରୋନା ମହାମାରୀ ଯୋଗୁ ୨ ବର୍ଷ ପରେ ଏଥର ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ଏପ୍ରିଲ ୨୯ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୭ ତାରିଖ ପର‌୍ୟ୍ୟନ୍ତ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପ୍ରଶ୍ନ ସୁରକ୍ଷିତ ରଖିବା ଓ ପରୀକ୍ଷା ଦିନ ପରୀକ୍ଷାକେନ୍ଦ୍ରକୁ ପଶ୍ନପତ୍ର ପଠାଇବା ନିମେନ୍ତ ମୋଟ ୩୧୫ ନୋଡାଲ ସେଣ୍ଟର କରାଯାଇଥିଲା।

Leave A Reply

Your email address will not be published.