ନିଶା କାରବାରକୁ କେନ୍ଦ୍ର କରି ଗଣ୍ଡଗୋଳ: ବାଇକ ପୋଡି,ଉତ୍ତେଜନା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଯାଜପୁର ଟାଉନ ଅଞ୍ଚଳରେ ନିଶା କାରବାର କୁ କେନ୍ଦ୍ର କରି ଗଣ୍ଡଗୋଳ। ବାଇକ ପୋଡି,ଉତ୍ତେଜନା । ଯାଜପୁର ସଦର ଥାନା ନାଥସାହି ପଂଚାୟତ ଅଦାମପୁର ବୁଢା ନଦୀ କୁଳ ରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ନିଶାଡୀ ରାକେଶ ବେହେରା ଏବଂ ରାମବାଗ ଅଂଚଳର ବିଶ୍ୱ ରଞ୍ଜନ ମିଶ୍ର ଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ବିଶ୍ୱ ରଞ୍ଜନ ଙ୍କ ବାଇକ କୁ ରାକେଶ ନିଆଁ ଲଗାଇ ଫେରାର ହୋଇଯାଇଥିଲା।

ଏହା ଦେଖି ସ୍ଥାନୀୟ ଲୋକେ ବିଶ୍ୱ ରଞ୍ଜନ ଙ୍କୁ କାବୁ କରି ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଂଚି ବିଶ୍ୱ ରଞ୍ଜନ ଙ୍କୁ ନିଜ ହେପାଜତ କୁ ନେଇଥିଲେ। ସୂଚନା ଯୋଗ୍ୟ ଏହି ଅଞ୍ଚଳର କେତେକ ଯୁବକ ନିଶା କାରବାର କରିବା ପାଇଁ ବୁଢା ନଦୀ ପଠା ଅଞ୍ଚଳ କୁ ବାଛି ନେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣା ର ଉଚିତ ତଦନ୍ତ କରି ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.