ମିଜୋରାମ ଭୟଙ୍କର ବ୍ରିଜ୍ ଦୁର୍ଘଟଣା: ୧୭ଜଣଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମିଜୋରାମରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମିଜୋରାମର ଆଇଜଲରେ ଏକ ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାଇରଙ୍ଗ ଅଞ୍ଚଳ ନିକଟରେ ଘଟିଥିବା କୁହାଯାଇଛି।

ପୋଲିସର ସୂଚନାନୁସାରେ, ଘଟଣା ସମୟରେ ଏହି ଅଞ୍ଚଳରେ ୩୫-୪୦ ଲୋକ ଥିଲେ। ଏହି ଘଟଣା ଆଇଜଲଠାରୁ ୨୧କିଲୋମିଟର ଦୂରରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଘଟିଛି। ବର୍ତ୍ତମାନ ପର୍ୟ୍ୟନ୍ତ ସମସ୍ତ ମୃତଦେହକୁ ବାହାର କରାଯାଇଥିବା ବେଳେ ଆଉ କିଛି ଲୋକଙ୍କ ଉଦ୍ଧାର କାର୍ୟ୍ୟ ଚାଲିଛି। ଗୁରୁତର ଆହତଙ୍କୁ ମେଡିକାଲ ନିଆଯାଉଛି ।

Leave A Reply

Your email address will not be published.