ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଝାଡ଼ଖଣ୍ଡରେ ଇଡିର ମାରାଥନ ରେଡ୍ । ଝାଡଖଣ୍ଡରେ ମଦ ଏବଂ ଜମି ଦୁର୍ନୀତି ଘୋଟାଲାରେ ବୁଧବାର ରାଜ୍ୟ ଅର୍ଥମନ୍ତ୍ରୀ ରମେଶ୍ୱର ଓରାଁଓଙ୍କ ରାଞ୍ଚିସ୍ଥିତ ବାସଭବନ ସମେତ ୫ ସହରରେ ୩୨ଟି ସ୍ଥାନରେ ଇଡି ଚଢାଉ କରିଛି। ଇଡିର ଏଭଳି କାର୍ୟ୍ୟାନୁଷ୍ଠାନ ଯୋଗୁ ରାଜ୍ୟର ରାଜନୀତି ତୀବ୍ର ହୋଇଛି।
ଅର୍ଥମନ୍ତ୍ରୀଙ୍କ ପୁଅଙ୍କ ଘରେ ନିଆଯାଇଥିବା କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ କଂଗ୍ରେସ ଭାଜପା ସରକାର ଉପରେ ଜୋରଦାର ଆକ୍ରମଣ କରିଛି। ଏବେ ବି ଚଢାଉ ଜାରି ରହିଥିବା ସୂଚନା ମିଳିଛି ।