ଓଡ଼ିଆ ନ୍ୟୁଜ୍: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ; ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି। ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି। ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକଙ୍କ ସୂଚନା। ଆମେ ସେ ସମୟରେ ସମର୍ଥନ କରିଥିଲୁ, ବିଲ୍ ପାରିତ ହୋଇଥଲା।’ଜନ ଅସନ୍ତେଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରନ୍ତୁ’।ପୂର୍ବରୁ ବର୍ଦ୍ଧିତ ଦରମା ନେବାକୁ ମନା କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ।
ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଛି । ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଏନେଇ ସୂଚନା ଦେଇଛନ୍ତି । ଆମେ ସେ ସମୟରେ ସମର୍ଥନ କରିଥିଲୁ, ବିଲ୍ ପାରିତ ହୋଇଥଲା । ଜନ ଅସନ୍ତେଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । କହିରଖୁଛୁକି, ପୂର୍ବରୁ ବର୍ଦ୍ଧିତ ଦରମା ନେବାକୁ ମନା କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ।
କହିରଖୁଛୁକି, ଶୀତକାଳୀନ ଅଧିବେଶନ ସମୟରେ ବିଧାୟକଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ପାରିତ ହୋଇଥିଲା । ଭତ୍ତା ୧ ଲକ୍ଷରୁ ୩ ଲକ୍ଷ ୪୫ ହଜାରକୁ ବୃଦ୍ଧି ପାଇଥିଲା । ଦରମା ୩ ଗୁଣ ବୃଦ୍ଧି ପାଇବା ପରେ ଚର୍ଚ୍ଚା ବଢ଼ିଥିଲା ।