ଓଡ଼ିଆ ନ୍ୟୁଜ୍: ସୋର: ରାସ୍ତାକଡ଼ରେ ମେଡିସିନ୍ ଫୋପାଡ଼ିବା ଘଟଣା।୨ ANM କୁ ନିଲମ୍ବନ କଲେ ବାଲେଶ୍ୱର CDMO।କୁଲିଗାଁ ANM ତନୁସ୍ମିତା ନାୟକ ନିଲମ୍ବିତ।ଇଞ୍ଚୁଡ଼ି ସବସେଣ୍ଟର ANM କବିତା ବେହେରା ନିଲମ୍ବିତ। ରେମୁଣା ମେଡିକାଲ ଇନଚାର୍ଜ ଡା. ରାମଚନ୍ଦ୍ର କିସ୍କୁଙ୍କ ସୂଚନା।ଗତ ୧୧ତାରିଖରେ ରେମୁଣା ନିମିକି ଛକ ରାସ୍ତାରେ ପଡ଼ିଥିଲା ମେଡିସିନ୍। ଆଇରନ୍ ଓ ଫଲିକ ଏସିଡ୍ ସିରପ ପଡ଼ିଥିବା ଖବର ପ୍ରସାରଣ ହୋଇଥିଲା।
ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ ହେଲେ ଦୁଇ ଏଏନଏମ। ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କୁଳିଗାଁ ଏଏନଏମ ତନୁସ୍ମିତା ନାୟକ ଓ ଇଞ୍ଚୁଡ଼ି ଏଏନଏମ କବିତା ବେହେରାଙ୍କୁ ନିଲମ୍ବନ କରାଯାଇଛି ବୋଲି ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା ରାମଚନ୍ଦ୍ର କିସ୍କୁ ସୂଚନା ଦେଇଛନ୍ତି । କର୍ତ୍ତବ୍ୟରେ ଖିଲାପ ଓ ନିୟମ ଉଲଙ୍ଘନ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସସ୍ପେଣ୍ଡ କରାଯାଇଛି।
ସୂଚନା ଯେ,ବାଲେଶର ଜିଲା ରେମୁଣା ବ୍ଲକ ଶ୍ରୀଜଙ୍ଗରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିମି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ଗତ ୧୧ତାରିଖରେ ସରକାରୀ ଔଷଧ ପଡ଼ିଥିବା ଦେଖିବାକୁ ମିଳିଥିଲା । ଅବଧି ସରି ନଥିବା ଔଷଧ ରାସ୍ତା ପାଖରେ ଅଳିଆ ଗଦାରେ ପଡିଥିଲା । ଗୋଟିଏ କି ୨ ପ୍ୟାକେଟ ନୁହଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ ଏସିଡ ୫୦ ଏମଏଲର ସିରପ ପଡିଥିଲା। ଯାହା ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା ।ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦିଆଯାଇଥିଲା ।