ଗାଡ଼କଣରେ ଖିରି ଖାଇଲେ ମୋଦି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ୱରେ ପହଞ୍ଚିବା ପରେ ମୋଦି ସେଠାରୁ ସ୍ବତନ୍ତ୍ର କାର୍କେଟ ଯୋଗେ ରାଜଭବନ ଛକଦେଇ ଗାଡ଼କଣ ଯାଇଥିଲେ। ସେଠାରେ ସେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରି ଗୃହପ୍ରବେଶ କରାଇଥିଲେ। ପରେ ମୋଦି ମହିଳାଙ୍କଠାରୁ କ୍ଷିରୀ ଖାଇ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ମହିଳାଙ୍କଠାରୁ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ଉପହାର ସ୍ବରୁପ ଗ୍ରହଣ କରିଥିଲେ।

ମୋଦୀଙ୍କ ପାଇଁ ଅନ୍ତର୍ଯ୍ୟାମୀଙ୍କ ବୋହୂ ସୁସ୍ୱାଦୁ କ୍ଷୀରି ପ୍ରସ୍ତୁତ କରିଥିଲେ। ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ ଗୃହପ୍ରବେଶ କରାଇଛନ୍ତି। ଏଠାରେ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ସହ ମନଖୋଲି କଥା ହୋଇଥିବାର ଦେଖିବାକୁ ମିଳିଛି। ଲୋକେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।

ସୂଚନା ମୁତାବକ, ପିଏମ୍‌ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ କ୍ଷିରୀ ପ୍ରସ୍ତୁତି ହୋଇଥିଲା। ଅନ୍ତର୍ଯ୍ୟାମୀଙ୍କ ବୋହୂ ବୋହୂ ସୁସ୍ବାଦୁ କ୍ଷିରୀ ପ୍ରସ୍ତୁତ କରିଥିଲେ। ଏ ନେଇ ସେ ବେଶ ଖୁସି ଥିଲେ। ତାଙ୍କ ହାତର କ୍ଷିରୀ ପ୍ରଧାନମନ୍ତ୍ରୀ ଖାଇଲେ ଏହା ତାଙ୍କ ପାଇଁ ବୋହୂତ ବଡ଼ କଥା ବୋଲି ସେ କହିଛନ୍ତି। ଓଡ଼ିଶାରେ ମୋଦିଙ୍କୁ ଦେଖି ଚଳଚଞ୍ଚଳ ହୋଇ ଉଠିଛି ଜନତାମଇଦାନ । ସୁଭଦ୍ରା ଯୋଜନା ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି ମହିଳା।

Comments are closed.