ମାଆଙ୍କ ୧୦୦ ତମ ଜନ୍ମ ଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ ମୋଦୀ; ଦୀର୍ଘାୟୁ କାମନା କରି ମନ୍ଦିରରେ କରିବେ ପୂଜାର୍ଚ୍ଚନା

0

ଜୁନ୍ ୧୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତା ହିରାବେନଙ୍କ ୧୦୦ ବର୍ଷ ପୂରଣ ହେବାକୁ ଯାଉଛି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ମାଆଙ୍କ ସହ ରହିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାତା ହିରାବେନଙ୍କ ୧୦୦ ତମ ଜନ୍ମଦିନ ଅବସରରେ ବଡନକରରେ ଅବସ୍ଥିତ ହାଟକେଶ୍ୱର ମନ୍ଦିରରେ ଏକ ବିଶେଷ ପୂଜା ଆୟୋଜନ କରାଯିବ। ଯେଉଁଥିରେ ହିରାବେନଙ୍କ ପରିବାର ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସାମିଲ ହେବେ। ଏହି ଅବସରରେ ହିରାବେନଙ୍କ ଦୀର୍ଘ ଜୀବନ ଏବଂ ତାଙ୍କ ସ୍ୱାସ୍ଥ୍ୟ ପାଇଁ ମନ୍ଦିରରେ ସୁନ୍ଦରକାଣ୍ଡ, ଶିବ ପୂଜା ସମେତ ଅନେକ ଧାର୍ମିକ ରୀତିନୀତି ଅନୁଷ୍ଠିତ ହେବ।

କହି ରଖୁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୭ ଏବଂ ୧୮ ରେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ | ଏହି ସମୟରେ ସେ ତାଙ୍କ ମାଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦୀ ପାଭଗଡ ମନ୍ଦିର ପରିଦର୍ଶନ କରିବେ ଏବଂ ପରେ ଭଦୋଦରାଠାରେ ଏକ ରାଲିରେ ସମ୍ବୋଧିତ କରିବେ।  କହିରଖୁଛୁ ଯେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବାର ମଧ୍ୟ ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ଭଣ୍ଡାର ଆୟୋଜନ କରିବାକୁ ଯୋଜନା କରିଛନ୍ତି।

ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ ମାତାଙ୍କୁ ଭେଟିଥିଲେ

ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ଗାନ୍ଧିନଗରସ୍ଥିତ ତାଙ୍କ ବାସଭବନରେ ମାର୍ଚ୍ଚରେ ତାଙ୍କ ମା ହୀରାବେନଙ୍କୁ ଭେଟିଥିଲେ। ମାର୍ଚ୍ଚରେ ୟୁପି ସମେତ ଚାରିଟି ରାଜ୍ୟରେ ବିଜେପିର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗସ୍ତରେ ନିଜ ରାଜ୍ୟ ଗୁଜୁରାଟରେ ପହଞ୍ଚିଥିଲେ। ଯେଉଁଠାରେ ସେ ତାଙ୍କ ଅବସ୍ଥା ଜାଣିବା ପାଇଁ ତାଙ୍କ ମା ହିରାବେନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ |

Leave A Reply

Your email address will not be published.