କଂଗ୍ରେସରୁ ନିଲମ୍ବିତ ହେଲେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପାଖେଇ ଆସୁଛି  ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟର ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ରାଜନୈତିକ ବାତାବରଣ ଉଷ୍ମ କରିଛି କଂଗ୍ରେସର ନିଷ୍ପତ୍ତି।

କାରଣ କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରିଛି କଂଗ୍ରେସ। ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତାରିକ୍‌ ଅନଓ୍ବର ଏନେଇ ଚିଠି କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଅନୁସାରେ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିର‍ଞ୍ଜୀବି ବିଶ୍ବାଳ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ଯାହା ଦଳର ଶୃଙ୍ଖଳା ଭଙ୍ଗ କରୁଛି। ଚିଠିରେ ଆହୁରି ଉଲ୍ଲେଖ ରହିଛି ଯେ, ଅଭିଯୋଗ ଆସିବା ପରେ ଦୁଇ ନେତାଙ୍କୁ ଏହାର ଜବାବ ମଗା ଯାଇଥିଲା।

ସେମାନେ ଦେଇଥିବା ଉତ୍ତର ସନ୍ତୋଷଜନକ ନଥିଲା। ଯେଉଥିପାଇଁ ମହମ୍ମଦ ମୋକିମ ଓ ଚିରଞ୍ଜୀବି ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରାଯାଉଛି।

Leave A Reply

Your email address will not be published.