ମୋ ଚିଠିର ପ୍ରଭାବ ପଡ଼ିଛି: ମହମ୍ମଦ ମୋକିମ

0

ଓଡ଼ିଆ ନ୍ୟୁଜ୍:କଂଗ୍ରେସର କେନ୍ଦ୍ରୀୟ ନେତା କଥା ହେବା ପରେ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା।‘କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି।‘ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ ପଚାରି ବୁଝିଛନ୍ତି।‘ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ ମୋତେ ପଚାରିଛନ୍ତି।ମୋ ଚିଠିର ପ୍ରଭାବ ପଡିଛି , ଆଶା କରୁଛି ତର୍ଜମା କରାଯିବ।କଂଗ୍ରେସ ଦଳର ସ୍ଥିତିରେ ପରିବର୍ତ୍ତନ ହେବ- ମୋକିମ। ମୁଁ ରାଜନୀତି କରୁଛି, ଆଗାମୀ ଦିନରେ କରିବି।ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି: ମହମ୍ମଦ ମୋକିମ।

ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବା ପରଠୁ ରାଜ୍ୟ କଂଗ୍ରେସରେ ତୁମ୍ବି ତୋଫାନ ଜାରି ରହିଛି। ଅନେକ ବରିଷ୍ଠ ନେତା ମୋକିମଙ୍କୁ ବହିଷ୍କାର କରାଯିବା ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି। ଏହାକୁ ନେଇ ନେତାଙ୍କ ମଧ୍ୟରେ ବୟାନ ବାଜି ଜାରି ରହିଛି। ଏହା ମଧ୍ୟରେ ଖୋଦ୍ ମହମ୍ମଦ ମୋକିମ ଗୁରୁବାର ସୋନିଆଙ୍କୁ ଲେଖିଥିବା ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ପାଣିପାଗ ଦେଖି ନିଷ୍ପତ୍ତି ନେବି। ମୁଁ ରାଜନୀତି ଛାଡୁନାହିଁ। ରାଜନୀତି କରିବି ଏବଂ ଆଗାମୀ ତିନି ଚାରି ଦିନ ଭିତରେ ଓଡ଼ିଶା ବୁଲିବି

Leave A Reply

Your email address will not be published.