ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର: ପୃଥ୍ବୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍: ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର। ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା। ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ନିଷ୍ପତ୍ତି। ଏହା ମଧ୍ୟରୁ ଗୋଟିଏ ଲେନ୍‌ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ।

ମନ୍ତ୍ରୀ କହିଛନ୍ତି ଯେ, ଖଣ୍ଡଗିରିରୁ କଳିଙ୍ଗନଗର ଛକ ଯାଏଁ ଏନଏଚ ଦୁଇ କଡରେ ୩ ଲେନ୍ ଲେଖାଏଁ ସର୍ଭିସ ରୋଡ଼ କରିବାକୁ ଏନଏଚ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ୩ ଲେନ୍ ସର୍ଭିସ୍ ରୋଡ଼ ହେବା ପରେ ଗୋଟିଏ ଲେନ୍ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ । ଫଳରେ ଖଣ୍ଡଗିରି ଛକ ଅତିକ୍ରମ କରିବା ପରେ ଜଣେ ସିଧାସଳଖ ଏମ୍ସରେ ପହଞ୍ଚିପାରିବ । ସମସ୍ତ ବଡ଼ ମେଡିକାଲକୁ ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର କରିଡର ହେବା କଥା । ଏମ୍ସକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ପାଇଁ ଏମ୍ସ ନିର୍ଦ୍ଦେଶକଙ୍କ ଅନୁରୋଧ ଥିଲା । ଏନେଇ ବସିଥିବା ସମୀକ୍ଷା ବୈଠକରେ ଆଲୋଚନା ହେବା ପରେ ଏନଏଚ କର୍ତ୍ତୃପକ୍ଷ ସମ୍ମତି ଦେଇଛନ୍ତି ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.