ଓଡ଼ିଆ ନ୍ୟୁଜ୍: ବିଜେପି ପାର୍ଟି ଅଫିସ୍ରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍।VB G RAM G ବିଲ୍ର ଉପକାରିତା ନେଇ ଦେଲେ ସୂଚନା।‘ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି, ଆଉ କିଛି ନୁହେଁ’।‘VB G RAM G ବିଲ୍ର ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ’। ପୂର୍ବରୁ ଲାଗୁ ହେଉଥିବା ଯୋଜନା ଗରିବଙ୍କ ନିକଟରେ ପହଞ୍ଚୁ ନଥିଲା। ପୂର୍ବରୁ ଯେପରି ଠକିକି ଟଙ୍କା ଉଠା ଯାଉଥିଲା ଆଉ ତାହା ଚଳିବ ନାହିଁ। ଲୋକଙ୍କ ପାଖରେ ନିଶ୍ଚିତ ରୋଜଗାର ପହଞ୍ଚାଇବାକୁ ସରକାର ଗୁରୁତ୍ଵ ଦେଉଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୦୯ରେ NRGA ପୂର୍ବରୁ କେବଳ ରାଜନୈତିକ ଫାଇଦା ପାଇଁ ଉପା ସରକାର ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ିଥିଲେ। ନାମ ପରିବର୍ତ୍ତନ ପରେବି ଢାଞ୍ଚା ପରିବର୍ତ୍ତନ ହୋଇ ନଥିଲା। ଯେଉଁଥିପାଇଁ ଯୋଜନା ବିଫଳ ହେଲା। ପ୍ରତି ପରିବାରକୁ ୧୦୦ ଦିନ କାମ ଗ୍ୟାରେଣ୍ଟି ଦିଆଯାଇଥିଲା କିନ୍ତୁ ଆଉଟକମ ୫୦ ପ୍ରତିଶତ ଥିଲା। କାମ ନଦେଲେ ଭତ୍ତା ଦେବା ବ୍ୟାବସ୍ଥା ବି ଅତି ନଗଣ୍ୟ।