ନବୀନ ପଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଲଟା ବେଇମାନ ନିଶାନା

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା କୋମନାରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ।ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି। ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖି ନ ଥିଲେ।ନୂଆପଡ଼ାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ ସାରିଛି। ଜୟ ଢୋଲକିଆ ନିର୍ବାଚିତ ହେଲେ ଆପଣଙ୍କ ଦାବି ଉପସ୍ଥାପନ କରିପାରିବେ। କିଛି ଦିନ ତଳେ ବିରୋଧୀଦଳ ନେତା ଜୟଙ୍କୁ ବେଇମାନ କହିଥିଲେ।ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରେ ନାହିଁ। କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିଲେ, ତାହା ସେ ପଢ଼ିଦେଲେ। ‘ବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରି ନ ଥିବେ।ବିଜେପୁର, କାକଟପୁରରେ ବିଜେଡି କଣ କରିଥିଲା ମନେ ପକାଇବା ଦରକାର। ନର୍ଲାରେ ତତ୍‌କାଳୀନ ବିରୋଧୀଦଳ ନେତାଙ୍କୁ କିଏ ନେଇ ଯାଇଥିଲା।ଏହା କ’ଣ ବିଜେଡିରେ ବେଇମାନୀ ନ ଥିଲା କି ବୋଲି ପଚାରିଲେ।ବେଇମାନ କିଏ ଓ କେତେଥର ବେଇମାନୀ କରିଛନ୍ତି ତାହା ସମସ୍ତେ ଜାଣିଛନ୍ତି।

ଯେଉଁମାନେ ଦଳକୁ ଆଣିଥିଲେ, ସେମାନଙ୍କୁ ତଡ଼ି ବେଇମାନୀ କରିନାହାନ୍ତି ?। ଜିଲ୍ଲା ବାହାର ନେତାଙ୍କୁ ଡାକି ଟିକେଟ ଦେବାକୁ ମଧ୍ୟ ଟାର୍ଗେଟ୍‌ କଲେ।ଜିଲ୍ଲା ଭିତରେ କ’ଣ ବିଜେଡିର ନେତା ନାହାନ୍ତି କି ବୋଲି ପଚାରିଲେ।ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କରି ଜିଲ୍ଲା ପ୍ରାର୍ଥୀଙ୍କୁ ବଞ୍ଚିତ କଲେ।ମୁଖ୍ୟମନ୍ତ୍ରୀ ହେଲା ପରେ ନୂଆପଡ଼ାକୁ ପଞ୍ଚମ ଥର ପାଇଁ ଆସିଛି। ପୂର୍ବ ମୁଖିଆ କେବେ ନୂଆପଡ଼ା ଆସି କିଛି ଘୋଷଣା କରିଥିଲେ କି ?ନୂଆପଡ଼ା ମାଟିରେ ନିଶ୍ଚୟ ପଦ୍ମ ଫୁଟିବ- ମୋହନ ମାଝୀ।ଦ୍ବିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ମଧ୍ୟରେ ଚାଲିଛି ଲଢ଼େଇ। ପରିବର୍ତ୍ତନରେ ସାମିଲ ହୋଇ ନିଶ୍ଚୟ ନୂଆପଡ଼ା ବିକାଶରେ ସାମିଲ ହେବେ ଆଶା।ଚାଷୀ ପ୍ରସଙ୍ଗ ଉଠାଇ ବିଜେଡିକୁ ସିଧା ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ।୧୦୦ ଟଙ୍କା ସବ୍‌ସିଡି ଦେବାକୁ କହି ବିଜେଡି ସରକାର ଦେଇପାରିଲେନି। ମାତ୍ର ଆମ ସରକାର ଆସିବା ମାତ୍ରେ ୮ ଶହ ଟଙ୍କା ସବସିଡି ଦେଇ ଆସିଛି।ଏହାର ସୁବିଧା ରାଜ୍ୟର ୧୭ ଲକ୍ଷ କୃଷକଙ୍କୁ ମିଳିଛି କହିଲେ ମୁଖ୍ୟମନ୍ତ୍ରୀ।

 

Leave A Reply

Your email address will not be published.