ଓଡ଼ିଆ ନ୍ୟୁଜ୍: ଚତୁର୍ଥ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ।ଅଷ୍ଟ୍ରେଲିଆକୁ ୪୮ ରନ୍ରେ ହରାଇ ସିରିଜ୍ରେ ଆଗୁଆ।ପାଞ୍ଚ ମ୍ୟାଚ୍ ସିରିଜ୍ରେ ଭାରତ ୨-୧ରେ ଆଗୁଆ।ଭାରତ ୧୬୭/୮, ଅଷ୍ଟ୍ରେଲିଆ ୧୧୯ରେ ଅଲଆଉଟ୍। ଏବେ ଉଭୟ ଦଳ ନଭେମ୍ବର ୮ ତାରିଖରେ ଶେଷ ମ୍ୟାଚ୍ରେ ପରସ୍ପରର ସାମ୍ନା କରିବେ । ଏଥିରେ ଭାରତ ୩-୧ରେ ଜିତିବାକୁ ଚାହିଁବ।
ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଉଇକେଟ୍ରେ ୧୬୭ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୮.୨ ଓଭରରେ ୧୧୯ ରନ୍ରେ ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୩ଟି, ଅକ୍ଷର ପଟେଲ ଏବଂ ଶିବମ ଦୁବେ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଅର୍ଶଦୀପ ସିଂହ, ଜସପ୍ରୀତ ବୁମରା ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।