ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆତଙ୍କ ଖେଳାଉଛି ମଙ୍କିପକ୍ସ ରୋଗ । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ମଙ୍କିପକ୍ସକୁ ଗ୍ଲୋବାଲ ହେଲଥ ଏମର୍ଜେନ୍ସି ଘୋଷଣା କରିଦେଇଛି । ମଙ୍କିପକ୍ସ ଏବେ ବିଶ୍ୱ ଓ ଆଞ୍ଚଳିକ ସ୍ତରରେ ବ୍ୟାପୁଥିବା ଦେଖାଯାଉଛି । ୟୁରୋପୀୟ ଦେଶରେ ଏହାର ମାତ୍ରା ଅଧିକ ଦେଖିବାକୁ ମିଳୁଛି । ଏକ ମାସ ପୂର୍ବରୁ ୪୭ଟି ଦେଶରୁ ମଙ୍କିପକ୍ସର ୩୦୪୦ଟି ମାମଲା ମିଳିଥିଲା । କେବଳ ପାଞ୍ଚଟି ଦେଶଟି ଦେଶରେ ଏହା ବେଶି ବ୍ୟାପୁଥିବା ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧୋନମ ଘେବ୍ରେୟେସସ କହିଛନ୍ତି ।
ହୁ ବୁତାବକ, ମଙ୍କିପକ୍ସ ସ୍ପେନରେ ସର୍ବାଧିକ ବ୍ୟାପୁଛି । ସେଠାରେ ୩୧୨୫ଟି ମାମଲା ଚିହ୍ନଟ ହୋଇଛି । ସେହିପରି ଆମେରିକାରୁ ୨୮୯୦ଟି, ଜର୍ମାନୀରୁ ୨୨୬୮ଟି, ବ୍ରିଟେନରୁ ୨୨୦୮ଟି ଓ ଫ୍ରାନ୍ସରୁ ୧୫୬୭ଟି ମାମଲା ମିଳିଛି । ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରୋଧ ସଂସ୍ଥା (ସିଡିସି) ପକ୍ଷରୁ କୁହାଯାଇଛି ଯେ, ୨୨ ଜୁଲାଇ ସୁଦ୍ଧା ମଙ୍କିପକ୍ସ ୭୪ଟି ଦେଶକୁ ମାଡ଼ି ସାରିଲାଣି । ଏଥିରେ ପାଞ୍ଚଜଣଙ୍କ ଜୀବନ ଯାଇଥିବା ବେଳେ ମାମଲା ସଂଖ୍ୟା ୧୬ ହଜାର ୮୩୬ରେ ପହଞ୍ଚି ଯାଇଛି ।