ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ଚିନ୍ତା ବଢାଉଛି ମଙ୍କିପକ୍ସ । କେରଳରେ ମଙ୍କିପକ୍ସର ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ଦେଶରେ ଏହାକୁ କୋକୁଆ ଭୟ । ଏବେ ଦେଶର ରାଜଧାନୀ ଦିଲ୍ଲୀରୁ ମଙ୍କିପକ୍ସର ପ୍ରଥମ ମାମଲା ମିଳିଛି । ଏହି ରୋଗୀଙ୍କ ବିଦେଶୀ ଟ୍ରାଭେଲ ହିଷ୍ଟ୍ରି ନଥିବା ଜଣାପଡ଼ିଛି । ଏହାପୂର୍ବରୁ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରୁ ମଙ୍କିପକ୍ସର ୩ଟି ମାମଲା ଚିହ୍ନଟ ହୋଇଥିଲା । ଗତ ୧୪ ତାରିଖରେ କେରଳରୁ ଦେଶର ପ୍ରଥମ ମାମଲା, ୧୮ରେ ଦ୍ୱିତୀୟ ମାମଲା ଓ ୨୨ରେ ତୃତୀୟ ମାମଲା ସାମ୍ନାକୁ ଆସିଥିଲା ।

ତେବେ ଚିହ୍ନଟ ହୋଇଥିବା ରୋଗୀଙ୍କୁ ମୌଲାନା ଆଜାଦ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ୩୧ ବର୍ଷୀୟ ଯୁବକ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରୋଗୀଠାରେ ପ୍ରବଳ ଥଣ୍ଡା ଓ ଚର୍ମରେ ଘା’ ରହିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦେଶର ପ୍ରଥମ ସଂକ୍ରମିତ ୟୁଏଇରୁ ଫେରିଥିଲେ । ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚୁଟ୍ୟଟ ଅଫ୍ ଭାୟରୋଲୋଜିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଦେଶର ଦ୍ୱିତୀୟ ସଂକ୍ରମିତ ଗତ ୧୮ରେ ଚିହ୍ନଟ ହୋଇଥିବା ବେଳେ ସେ ଦୁବାଇରୁ ଫେରିଥିଲେ । ତେଣୁ ବିଦେଶରୁ ଯେଉଁମାନେ ଆସୁଛନ୍ତି, ସମସ୍ତେ ଟେ୍େଟ କରିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି ।

 

Leave A Reply

Your email address will not be published.