ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଙ୍କିପକ୍ସ ପାଇଁ ଆସିଲା ସ୍ୱଦେଶୀ କିଟ୍ । ମଙ୍କିପକ୍ସ ନମୂନା ପରୀକ୍ଷଣ ପାଇଁ ଦେଶର ପ୍ରଥମ ସ୍ୱଦେଶୀ ନିର୍ମିତ ଆରଟିପିସିଆର କିଟ୍ ଆନ୍ଧ୍ର ପ୍ରଦେଶର ମେଡଟେକ ଜୋନରେ ଶୁଭାରମ୍ଭ କରାଯାଇଛି । ଏହି କିଟକୁ ଟ୍ରାନ୍ସ ଏସିଆ ବାୟୋ ମେଡିକାଲ୍ସ ପକ୍ଷରୁ ବିକଶିତ କରାଯାଇଥିବା ଏହି କିଟକୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ଲଞ୍ଚ କରିଛନ୍ତି । ଟ୍ରାନ୍ସ ଏସିଆ ଏରବା ମଙ୍କିପକ୍ସ ଆରଟି ପିସିଆର କିଟ ବେଶ ସମ୍ୱେଦନଶୀଳ କିନ୍ତୁ ବ୍ୟବହାର ପାଇଁ ସହଜ ଅଟେ।
ଚଳିତ ବର୍ଷ ମଙ୍କିପକ୍ସ କାରଣରୁ ଦୁନିଆରେ ଅଧିକ ମୃତ୍ୟୁ ଆଫ୍ରିକା ମହାଦେଶରେ ଦେଖିବାକୁ ମିଳୁଛି । ଆଫ୍ରିକାରେ ମୋଟ ୩,୨୩୨ ମାମଲା ରୁଜୁ ହୋଇଛି ଏବଂ ୧୦୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କେବଳ ଗୋଟିଏ ଅଞ୍ଚଳରେ ଏହାର ପୁଷ୍ଟି କରାଯାଇଛି କାରଣ ମହାଦେଶରେ ପର୍ୟ୍ୟାପ୍ତ ସଂସାଧନ ଗୁଡିକର ଅଭବା ରହିଛି ।