ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବଜ୍ରାଘାତରେ ଦୁଇ ମୃତ । ବୋରିଗୁମ୍ମାଶ ଅଂଚଳା ଗାଁରେ ଆଜି ବଜ୍ରାଘାତରେ ମା ପୁଅଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ସବୁଦିନ ପରି ଲିଙ୍ଗରାଜ ହାଲବା ନିଜ ସ୍ତ୍ରୀ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ତିନି ଜଣ ନିଜ ଜମିରେ ଚାଷ କରୁଥିଲେ । ହଠାତ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଲିଙ୍ଗରାଜ ଜମିରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିବାବେଳେ ତାଙ୍କ ସ୍ତ୍ରୀ ଦୁରୂପତି ଓ ପୁଅ ଦୀପକ ଜମିରୁ ବାହାରୁ ଥିଲେ । ଆଉ ଏତିକି ବେଳେ କାଳ ସାଜିଲା ବିଜୁଳି ।
ଉଭୟ ସ୍ତ୍ରୀ ଓ ପୁଅ ଅଚେତ ହୋଉ ଚାଷ ଜମିରେ ପଡ଼ି ଯାଇଥିଲେ । ତାଙ୍କୁ ସେଠାରୁ ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ମେଡ଼ିକାଲରେ ଉଭୟ ମା ଓ ପୁଅଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଅଚାନକ ବର୍ଷା ଓ ବଜ୍ରପାତ କେଇ ମିନଟରେ ଦୁଇ ଜଣଙ୍କ ଜୀବନ ନେଇଗଲା ।ଲିଙ୍ଗରାଜଙ୍କ ଆଖି ଆଗରେ ତାଙ୍କ ପରିବାର ଉଜୁଡି ଗଲା। ପୁଅ ଦୀପକ ବ+2ପଢ଼ୁଥିବା ବେଳେ ବାପା ଓ ମା ଙ୍କୁ ଚାଷ କାର୍ଯ୍ୟ ରେ ସାହାଯ୍ୟ କରୁଥିଲା ।