କର୍ମଭୂମିରେ ନବ ଦାସଙ୍କ ପାର୍ଥିବ ଶରୀର, ରାଜ୍ୟରେ ତିନି ଦିନ ଯାଏଁ ପାଳନ ହେବ ଶୋକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ମଭୂମିରେ ନବ ଦାସଙ୍କ ପାର୍ଥିବ ଶରୀର । ଅନ୍ତିମ ଯାତ୍ରାରେ ନବ ଦାସ । ଭୁବନେଶ୍ୱରରୁ ବିମାନ ଯୋଗେ ତାଙ୍କ ମରଶରୀର ଝାରସୁଗୁଡ଼ା ନିଆଯାଇଥିଲା । ଝାରସୁଗୁଡ଼ା ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେ ପଶ୍ଚିମ ଓଡ଼ିଶାର ବହୁ ନେତା, କର୍ମୀ ଓ ସମର୍ଥକ । ଝାରସୁଗୁଡ଼ାରେ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ଶୋଭାଯାତ୍ରାରେ ମରଶରୀରକୁ ନିଆଯାଇଥିଲା ସରବାହାଲ ସ୍ଥିତ ବାସଭବନ ।

ସେଠାରେ ପରିବାର ଲୋକ, ସମ୍ପର୍କୀୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରୁଛନ୍ତି । ପରେ ମନମୋହନ ସ୍କୁଲରେ ଶେଷ ଦର୍ଶନ କରିବେ ସାଧାରଣ ଲୋକ । ଏହାପରେ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯିବ ଖେରୁଆଲ ଶ୍ମଶାନ ଘାଟ । ସେଠାରେ ଅନ୍ତିମ ସଂସ୍କାର କରାଯିବ ।  ଖେରୁଆଲ୍‌ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ। ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ରହିବେ ୩ ମନ୍ତ୍ରୀ ।

ମନ୍ତ୍ରୀ ନବ ଦାସଙ୍କ ସମ୍ମାନରେ ରାଜ୍ୟରେ ତିନି ଦିନ ଯାଏଁ ଶୋକ ପାଳନ । ୨୯ ରୁ ୩୧ ଯାଏ ସାରା ରାଜ୍ୟରେ ଶୋକ ପାଳନ। ଜାତୀୟ ପତାକାକୁ ଅର୍ଦ୍ଧନମିତ କରିବାକୁ ନିଷ୍ପତ୍ତି। ଗତକାଲି ଭୁବନେଶ୍ୱରରେ ଅର୍ଦ୍ଧନମିତ ରହିଥିଲା ଜାତୀୟ ପତାକା । ଆଜି ଝାରୁସୁଗୁଡ଼ାରେ ଅର୍ଦ୍ଧନମିତ ରହିଵ ଜାତୀୟ ପତାକା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷ ସଂସ୍କାର । ଏଥିପାଇଁ ସଂସ୍କାର ସ୍ଥାନରେ ଝାରୁସୁଗୁଡ଼ା ଏସପି ବ୍ୟବସ୍ଥା କରିବେ। ଅର୍ଥ, ସଂସଦୀୟ ବ୍ୟାପାର ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତ ବିଭାଗ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ପକ୍ଷରୁ ବିଦାୟୀ ଆତ୍ମାଙ୍କୁ ଶେଷ ସମ୍ମାନ ଜଣାଇବେ।

Leave A Reply

Your email address will not be published.