ମୌସୁମୀ ବର୍ଷାରେ ବେହାଲ ମୁମ୍ବାଇ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ଜାରି ରହିଛି ମୌସୁମୀ ବର୍ଷାର ପ୍ରଭାବ । ମୌସୁମୀ ବର୍ଷାରେ ବେହାଲ ଅଧିକାଂଶ ରାଜ୍ୟ । ମୁଶଳ ଧାରାରେ ବର୍ଷା, ଲ୍ୟାଣ୍ଡସ୍ଲାଇଡ, ବନ୍ୟା ଯୋଗୁ ଅନେକ ରାଜ୍ୟରେ ସ୍ଥିତି ସଙ୍ଗୀନ । ମହାରାଷ୍ଟ୍ରରେ ଅତି ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଜୁଲାଇ ୮ ତାରିଖ ଯାଏ ପୂରା ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ନୂଆକରି ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘର ଆଗରେ ବର୍ଷା ପାଣି ଜମି ରହିଛି । ରେଲଓ୍ୱେ ଟ୍ରାକଗୁଡ଼ିକ ବର୍ଷା ପାଣିରେ ବୁଡ଼ି ରହିଥିବାରୁ ସେଣ୍ଟ୍ରାଲ ରେଲଓ୍ବେର କେତେକ ଟ୍ରେନ ବିଳମ୍ବରେ ଚାଲୁଛି । ଅନେକ ବସର ରୁଟ ବଦଳାଇ ଦିଆଯାଇଛି । ଏଥିପାଇଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ମୁମ୍ବାଇ ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣାରେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ମହାରାଷ୍ଟ୍ରରେ ବର୍ଷା, ଲ୍ୟାଣ୍ଡସ୍ଲାଇଡ ଯୋଗୁ ଗତ ୭ ଦିନ ମଧ୍ୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଶହ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ୟ୍ୟ ପାଇଁ ୧୦ ଜିଲ୍ଲାରେ ୧୩ଟି ଏନଡିଆରଏଫ ଓ ଦୁଇଟି ଏସଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ରେସ୍କ୍ୟୁ ଅପରେସନ ଜୋରଦାର କରିବାକୁ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ଆଲର୍ଟ କରାଯାଇଛି ।ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

Leave A Reply

Your email address will not be published.