ସୋରିଷ ତେଲ ମାଲିସ୍‌ର ଉପକାର

0

ସୋରିଷ ତେଲ ନିୟମିତ ମାଲିସ୍‌ କଲେ ରକ୍ତ ସଞ୍ଚାଳନ ଶରୀରରେ ଭଲଭାବେ ହେବା ସହ ଉଷ୍ଣତା ଭିତରୁ ମିଳେ। ଶୋଇବା ପୂର୍ବରୁ ନିୟମିତ ସୋରିଷ ତେଲକୁ ହାଲ୍‌କା ଉଷୁମ କରି ପାଦତଳେ ମାଲିସ୍ କଲେ ଭଲ ନିଦ ହେବା ଦୃଷ୍ଟି ଶକ୍ତି ବଢ଼ିଥାଏ। ନିଶାସେବନ, ଧୂମପାନ ଅଧିକ କଲେ ଆଖିର ଜ୍ୟୋତି ପ୍ରଭାବିତ ହୁଏ। ଏଥିରୁ ବର୍ତ୍ତିବାକୁ ହେଲେ ସୋରିଷ ତେଲ୍ ମହୌଷଧି।
– ପରୀକ୍ଷାରୁ ଜଣାପଡ଼ିଛି ଯେ, ସୋରିଷ ତେଲ ପାଦ ତଳେ ମାଲିସ୍ କରିବା ଦ୍ବାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଓଜନକୁ ମଧ୍ୟ ନିୟନ୍ତ୍ରଣ କରେ।
– ମାନସିକ ଚାପ, ଅବସାଦ ଓ ନିଦ୍ରାହୀନତାରୁ ବର୍ତ୍ତିବାକୁ ଚାହୁଁଥିଲେ, ୧ ମାସ ପର୍ଯ୍ୟନ୍ତ ସୋରିଷ ତେଲ ପାଦ ତଳେ ମାଲିସ୍ କରନ୍ତୁ।
– ସପ୍ତାହରେ ୨-୩ ଦିନଥର ଏଇ ଉପାୟ କରନ୍ତୁ, ଦେଖିବେ ନିଶ୍ଚୟ ଆରାମ ଅନୁଭବ କରିବେ। ବଡ଼ କୁଣ୍ଡରେ ଉଷୁମ ପାଣି ଭର୍ତ୍ତି କରି ସେଥିରେ ୨-୩ ଚାମଚ ସୋରିଷ ତେଲ ପକାନ୍ତୁ। ସେହି ପାଣିରେ ପାଦ ୨୦ ମିନିଟ୍ ବୁଡ଼ାଇ ପରେ ଭଲଭାବେ ପୋଛିନେବେ। ସୁନିଦ୍ରା ନିମନ୍ତେ ଏହା ଏକ ଉତ୍ତମ ଉପାୟ।

Leave A Reply

Your email address will not be published.