ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନ୍‌ଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ୍: ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନ୍‌ଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ୮୦ ବର୍ଷ ବୟସରେ ଆଖି ବୁଜିଲେ। ଅଗଷ୍ଟ ୮ରୁ ଚେନ୍ନାଇର ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ୨୦ ଫେବୃଆରୀ, ୨୦୨୩ରୁ ନାଗାଲାଣ୍ଡ ରାଜ୍ୟପାଳ ଦାୟିତ୍ୱରେ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ମହଲରୁ ଶୋକବ୍ୟକ୍ତ।ଗଣେଶନ ଆୟର ୧୬ ଫେବୃଆରୀ ୧୯୪୫ରେ ଜନ୍ମଗ୍ରହଣ କରିଥିଲେ।

୨୦ ଫେବୃଆରୀ ୨୦୨୩ରେ ନାଗାଲାଣ୍ଡର ୧୯ତମ ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ, ଗଣେଶନ ୨୭ ଅଗଷ୍ଟ ୨୦୨୧ ରୁ ୧୯ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ମଣିପୁରର ୧୭ତମ ରାଜ୍ୟପାଳ ଏବଂ ୨୮ ଜୁଲାଇ ୨୦୨୨ ରୁ ୧୭ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ । ଏଲ. ଗଣେଶନ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ମଧ୍ୟ ରହିସାରିଛନ୍ତି। ଗଣେଶନ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ପ୍ରବୀଣ ନେତା ଥିଲେ।

Leave A Reply

Your email address will not be published.