ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ନଣ୍ଡା ହେଲେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଦୀପ୍ତି ଧ୍ୟାନୀ । ତିରୁପତି ବାଲାଜୀ ମନ୍ଦିରରେ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ପାଇଁ ନଣ୍ଡା ହେବାକୁ ମାନସିକ କରିଥିଲେ। ଇଚ୍ଛା ପୂରଣ ହେବା ପରେ ଅଭିନେତ୍ରୀ ବର୍ତ୍ତମାନ ନଣ୍ଡା ହୋଇଛନ୍ତି । ନଣ୍ଡା ହେବା ପାରେ ଦୀପ୍ତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି, “ତେରେ ନାମ ସୁରଜ”। ଫଟୋରେ ଦେଖିବାକୁ ମିଳିଛି, ସେ ନଣ୍ଡା ହୋଇଛନ୍ତି ତଥାପି, ସେ ଏଥିରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।
ମହାମାରୀ ସମୟରେ, କୋଭିଡ -୧୯ ରେ ପୀଡିତ ସୁରଜ ଆଇସିୟୁରେ ନିଜ ଜୀବନର ଶେଷ ନିଶ୍ୱାସ ଗଣନା କରୁଥିଲେ, ସେତେବେଳେ ତାଙ୍କ ପତ୍ନୀ ଦୀପ୍ତି ସାବିତ୍ରୀ ହୋଇ ସ୍ୱାମୀଙ୍କ ଜୀବନ ରକ୍ଷା କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। କରୋନାରେ ପୀଡିତ ସୁରଜଙ୍କ ଅବସ୍ଥା ସେତେବେଳେ ଅତ୍ୟନ୍ତ ଖରାପ ଥିଲା ଏବଂ ତାଙ୍କର ୭୦ ପ୍ରତିଶତ ଫୁସଫୁସ ନଷ୍ଟ ହୋଇଯାଇଥିଲା। ତା’ପରେ ଦୀପ୍ତି ତିରୁପତି ବାଲାଜୀ ମନ୍ଦିର ଦର୍ଶନ କରି ସ୍ୱାମୀଙ୍କ ପାଇଁ ମାନସିକ କରିଥିଲେ। ସୁରଜ ଦୀପ୍ତିଙ୍କ ମାନସିକ ବିଷୟରେ ଜାଣିବା ପରେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ଓ ତାଙ୍କୁ ତାଙ୍କ କେଶ ବିଷୟରେ ପଚାରିଥିଲେ । ସେ କହିଥିଲେ କେଶ ଅପେକ୍ଷା ତୁମ ଜୀବନ ମୋ ପାଇଁ ମୂଲ୍ୟବାନ।