ବର୍ଦ୍ଧିତ ଦରମା ନେବେନି ନବୀନ

0

ଓଡ଼ିଆ ନ୍ୟୁଜ୍: ବର୍ଦ୍ଧିତ ଦରମା ନେବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଅବଗତ କଲେ।ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ ବିନିଯୋଗ କରିବାକୁ ଚିଠିରେ ଲେଖିଲେ।୨୫ ବର୍ଷ ହେଲା ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା, ସମର୍ଥନ ପାଇ ଆସୁଛି।ମୋ ପ୍ରତି ଓ ସ୍ବର୍ଗତ ମୋ ବାପାଙ୍କ ପ୍ରତି ସ୍ନେହ ପାଇଁ ମୁଁ ଚିର ଋଣୀ। ୨୦୧୫ରେ ପୈତୃକ ସଂପତ୍ତି ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ। ତେଣୁ ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ ବିନିଯୋଗ କରିବାକୁ ଅନୁରୋଧ କରୁଛି।

ସୂଚନାଯୋଗ୍ୟ, ବିଧାୟକଙ୍କର ବହୁଦିନର ଦାବି ନିକଟରେ ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ପୂରଣ ହୋଇଛି। ସେମାନଙ୍କ ଦରମା‌ ଓ ଭତ୍ତା ବୃଦ୍ଧି କରାଯାଇଛି। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଛି। ପୂର୍ବତନ ବିଧାୟକଙ୍କ ପେନ୍‌ସନରେ ବି ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ତିନିଟି ପୃଥକ୍ ବିଲ୍‌ ବିଧାନସଭାରେ ପାରିତ ହୋଇଛି। ୨୦୨୪ ଜୁନ୍ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ। ଏଣିକି ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବ। ଆଉ ବିଧାନସଭାରେ ବିଲ୍‌ ଆଣିବାକୁ ପଡ଼ିବ ନାହିଁ। ଶେଷ ଥର ପାଇଁ ୨୦୧୭ ମସିହାରେ ବିଧାୟକଙ୍କ ଦରମା ସଂ‌ଶୋଧିତ ହୋଇଥିଲା। ୨୦୧୭ ମସିହା ସଂ‌ଶୋଧନ ପରେ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ।

Leave A Reply

Your email address will not be published.