ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟନାୟକ

0

ଓଡ଼ିଆ ନ୍ୟୁଜ୍: ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ।୨୨ରେ ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଯିବେ ନବୀନ।ଏନେଇ ‘ଏକ୍ସ’ରେ ନିଜେ ସୂଚନା ଦେଲେ।ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଯିବେ ନବୀନ ପଟନାୟକ।ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ପରୀକ୍ଷା କରିବେ।ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଓଡ଼ିଆ ଭାଇଭଉଣୀଙ୍କ ଶୁଭକାମନା ଚାହୁଁଛି।ଶୀଘ୍ର ଫେରି ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି।

ନବୀନ ବି‌ରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟଜନିତ ସମସ୍ୟା। ଚିକିତ୍ସା ପାଇଁ ଆସନ୍ତା ୨୨ ତାରିଖରେ ମୁମ୍ବାଇ ଯିବେ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ। ନବୀନ ସର୍ଭିକାଲ ଆର୍ଥ୍ରାଇଟିସ୍‌ ରୋଗରେ ପୀଡିତ ଅଛନ୍ତି। ଏ ନେଇ ବୁଧବାର ନିଜେ ଏହାର ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ନବୀନ ପଟ୍ଟନାୟକ କହିଛନ୍ତି, ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ମୁଁ ଏହି ମାସର ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସର୍ଜରୀ କରାଇବି। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ଏସବୁ ବୁଝୁଛନ୍ତି। ତାଙ୍କ ତତ୍ତ୍ଵାବଧାନରେ ମୋର ଚିକିତ୍ସା ହେବ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ଭାଇଭଉଣୀମାନଙ୍କ ଶୁଭକାମନା ସହିତ, ଆପଣ ସମସ୍ତଙ୍କ ସେବା ଜାରି ରଖିବା ପାଇଁ ସୁସ୍ଥ ହୋଇ ଶୀଘ୍ର ଫେରିବୁ।

Leave A Reply

Your email address will not be published.